Categories: ଖେଳ

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ ତରଫରୁ ସୋମବାର ଘୋଷଣା କରାଯାଇଛି। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆୟାର ଜୁଲାଇ ୧୫ରେ ଏମିରେଟ୍ସ ଓଲ୍ଡ ଟ୍ରାଫୋର୍ଡରେ ପହଞ୍ଚତ୍ବେ। ସେଠାରେ ଏକ ସପ୍ତାହ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ ଖେଳିବେ। ପୂର୍ବରୁ ଏହି କ୍ଲବ ତରଫରୁ ଭାରତର ଫାରୁକ୍‌ ଇଞ୍ଜିନିୟର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ମହାନ୍‌ ଖେଳାଳି ପ୍ରତିନିଧିତ୍ୱ କରିଛନ୍ତି। ଆୟାରଙ୍କୁ ଭାରତର ଅନ୍ୟତମ ଉଦୀୟମାନ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ବୋଲି କହିଛନ୍ତି ଲାଙ୍କାଶାୟାର କ୍ରିକେଟ ନିର୍ଦ୍ଦେଶକ ପଲ୍‌ ଆଲଟ ।

Share