Categories: ଜାତୀୟ

ଶ୍ରୀନଗର ଏନ୍‌କାଉଣ୍ଟର: ମୃତ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ମେହବୁବା

ଶ୍ରୀନଗର,୩୧।୧୨-ଶ୍ରୀନଗର ଲାଓପୋରା ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଗୁରୁବାର ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭେଟିଛନ୍ତି। ଏହାପରେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ମେହବୁବା ଚିଠି ଲେଖିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଲାଓପୋରାରେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ମୃତ ବ୍ୟକ୍ତିର ଶବ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ପରିବାର ସବୁଦିନ ପାଇଁ ତା’ପୁଅକୁ ହରାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ମେହବୁବା କହିଛନ୍ତି। ପ୍ରକାଶ ଯେ, ଲାଓପୋରାରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟର ହୋଇଥିଲା। ଏଥିରେ ୩ ଆତଙ୍କବାଦୀ ଟଳିଥିଲେ।

 

Share