Posted inUncategorized

ତପୋଭୂମି ପଣ୍ଡିଚେରୀରେ ଶ୍ରୀମା

ପବିତ୍ର ତପୋଭୂମି ପଣ୍ଡିଚେରୀରେ ଶ୍ରୀମା ୨୯ ମାର୍ଚ୍ଚ ୧୯୧୪ରେ ପ୍ରଥମେ ପଦାର୍ପଣ କଲେ। କାଳ ବକ୍ଷରେ ଏହି ଦିବସ ଏକ ମହାର୍ଘ ଭୂମିକା ଗ୍ରହଣ କରିଛି। ମା’ଙ୍କ ଆଗମନ ପୂର୍ବରୁ ୧୯୧୦,ଏପ୍ରିଲ ୪ରେ ଭବିଷ୍ୟତ ଜୀବନ ଓ ଜଗତର ରୂପକାର ମହାଯୋଗୀ ଶ୍ରୀଅରବିନ୍ଦ ଏଠି ପଦାର୍ପଣକରି ସାରିଥିଲେ। ମାତ୍ର ଚାରୋଟି ବର୍ଷର ବ୍ୟବଧାନରେ ମା’ ସେହି ପୁଣ୍ୟପୀଠରେ ପ୍ରଥମେ ପଦାର୍ପଣ କଲେ। ପ୍ରଥମ ବିଶ୍ୱ ମହାଯୁଦ୍ଧ ହେତୁ ମା’ ଫେରିଯାଇ ୧୯୨୦ ଏପ୍ରିଲରେ ପଣ୍ଡିଚେରୀ ପ୍ରତ୍ୟାବର୍ତ୍ତନ କରି ସାରା ଜୀବନ ଅତିବାହିତ କଲେ।
୧୯୧୪, ମାର୍ଚ୍ଚ ୨୯, ରବିବାର ସମୟ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ଗେଷ୍ଟ ହାଉସ୍‌ର ଖୋଲା ଅଗଣାରେ ଶ୍ରୀଅରବିନ୍ଦଙ୍କର ଜଣେ ବିଶିଷ୍ଟ ଅନ୍ତରଙ୍ଗ ଅନୁଗାମୀ ନୀରବରେ ବସିଥିଲେ। ଅନ୍ୟ କେହି ସାଧକ ବା ଅନୁଗାମୀ ସେଠାରେ ନ ଥିଲେ। ସେ ପରିସର ଥିଲା ସତେ ଯେପରି ଧ୍ୟାନ ଗମ୍ଭୀର ଓ ସମ୍ପୂର୍ଣ୍ଣ ନୀରବ। ଉପସ୍ଥିତ ରହି ପ୍ରତୀକ୍ଷାରେ ଯିଏ ବସି ରହିଥିଲେ ସେ ଥିଲେ ରାମସ୍ବାମୀ ଆୟେଙ୍ଗାରଙ୍କ ଅନ୍ୟତମ ଅନ୍ତରଙ୍ଗ ଅନୁଗତ। ସୁଦୂର ପ୍ୟାରିସ୍‌ରୁ ଦୁଇଜଣ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି। ଭଦ୍ରବ୍ୟକ୍ତି ଜଣକ ଶ୍ରୀଅରବିନ୍ଦଙ୍କୁ ସକାଳେ ସାକ୍ଷାତ କରିଛନ୍ତି। ଭଦ୍ର ମହିଳା ବର୍ତ୍ତମାନ ସାକ୍ଷାତ କରିବାକୁ ଆସିବେ। ଅନ୍ୟ ଜଣେ ଅନ୍ତେବାସୀଙ୍କୁ ଶ୍ରୀ ଆୟେଙ୍ଗାର ଏତିକି ଇସାରାରେ ଜଣାଇଦେଲେ।
ଏହି ଘଟଣାକୁ ଶ୍ରୀମା ୨୦ ଡିସେମ୍ବର, ୧୯୬୧ରେ ବର୍ଣ୍ଣନା କରିଛନ୍ତି- ”ମୁଁ ପଣ୍ଡିଚେରୀରେ ଆସି ପହଞ୍ଚିଲି। ମୋ ଅନ୍ତର ଭିତରୁ ମୁଁ ଚାହୁଁଥିଲି ଶ୍ରୀଅରବିନ୍ଦଙ୍କୁ ଏକୁଟିଆ ସାକ୍ଷାତ କରିବା ସକାଶେ।“ ଅନୁରୂପ ଭାବରେ ମୋର ଏକାନ୍ତ ସାକ୍ଷାତର ବନ୍ଦୋବସ୍ତ ହୋଇଥିଲା। ଶ୍ରୀଅରବିନ୍ଦ ସେତେବେଳେ ଗେଷ୍ଟ ହାଉସ୍‌ରେ ରହୁଥିଲେ। ମୁଁ ଭିତରକୁ ପ୍ରବେଶକରି ପାହାଚ ଚଢ଼ିବାକୁ ଆରମ୍ଭ କଲି। ଶିଡ଼ିର ଶେଷରେ ଉପର ମହଲାର ବାରଣ୍ଡାରେ ସେ ମୋ ଅପେକ୍ଷାରେ ଦଣ୍ଡାୟମାନ ଥିଲେ। ମୋର ପୂର୍ବରୁ ହୋଇଥିବା ସୂକ୍ଷ୍ମ ଦର୍ଶନରେ ତାଙ୍କୁ ଯେମିତି ‘ନିର୍ଭୁଲ୍‌ ଭାବରେ’ ଦେଖିଥିଲି ଅବିକଳ ସେମିତି ଦେଖିଲି। ସେଇ ସମାନ ଭାବରେ ତାଙ୍କର ପୋଷାକ, ପରିଚ୍ଛଦ, ସେଇ ସମାନ ଭଙ୍ଗୀ, ସମାନ ପାର୍ଶ୍ୱଦୃଶ୍ୟ, ଉନ୍ନତ ଶିର। ସେ ମୋ ଆଡ଼କୁ ଦୃଷ୍ଟି ଫେରାଇଲେ…. ଏବଂ ମୁଁ ତାଙ୍କ ଚକ୍ଷୁକୁ ଅନାଇ ଦେଖିଲି ଯେ ଇଏ ହେଉଛନ୍ତି ମୋର ସେହି ଦିବ୍ୟ ପୁରୁଷ। ଯୁଗପତ୍‌ ଦୁଇଟି କଥା ସ୍ପଷ୍ଟ ବୋଧଗମ୍ୟ ହେଲା। ମୋର ସେଇ ସୂକ୍ଷ୍ମ ଦର୍ଶନ ବା ଆନ୍ତର ଅଭିଜ୍ଞତା ମୁହୂର୍ତ୍ତକ ଭିତରେ ବର୍ତ୍ତମାନର ଦର୍ଶନର ଅଭିଜ୍ଞତା ସହିତ ମିଶିଯାଇ ଏକାକାର ହୋଇ ଉଠିଲା- ଏହା ଥିଲା ନିଶ୍ଚିତ ଏକ ଆଶ୍ଚର୍ଯ୍ୟବୋଧ।
ଶ୍ରୀଅରବିନ୍ଦଙ୍କ ସହିତ ସ୍ଥୂଳ ସ୍ତରରେ ଦର୍ଶନ କରିବା ପୂର୍ବରୁ ମା’ଙ୍କର ଯେଉଁ ସୂକ୍ଷ୍ମ ଦର୍ଶନ ହୋଇଥିଲା ସେ ସମ୍ପର୍କରେ ତାଙ୍କର ଅନୁପମ ଭକ୍ତି ହେଉଛି – ”ମୁଁ ଯେତେବେଳେ ପ୍ରଥମ ଗୂଢ଼ ବିଦ୍ୟା ଆରମ୍ଭ କଲି, ବ୍ୟକ୍ତିଗତ ଭାବରେ ତେଓଁଙ୍କ ସହିତ ନୁହେଁ, କିନ୍ତୁ ଫ୍ରାନ୍ସରେ ଥିବା ତାଙ୍କର ଜଣେ ପରିଚିତ ଯୁବକ, ଯିଏକି ମୋ ଭାଇଙ୍କର ବନ୍ଧୁ ଥିଲେ। ତାଙ୍କ ସହିତ ଗୂଢ଼ ବିଦ୍ୟା ଆରମ୍ଭ କଲି, ସେତେବେଳେ ପର୍ଯ୍ୟାୟ କ୍ରମେ ମୋର କେତେଥର ସୂକ୍ଷ୍ମ ଦର୍ଶନ ହୋଇଥିଲା। ଭାରତବର୍ଷ ସମ୍ବନ୍ଧରେ ମୁଁ କିଛି ଜାଣି ନ ଥିଲି। ଯାହାହେଉ ପର୍ଯ୍ୟାୟକ୍ରମେ ଘଟିଥିବା ମୋର ସେହି ସୂକ୍ଷ୍ମ ଦର୍ଶନରେ ବେଶ୍‌ କେତେଥର ମୁଁ ଶ୍ରୀଅରବିନ୍ଦଙ୍କୁ ଦେଖିଥିଲି। ସେ ସ୍ଥୂଳ ଶରୀରରେ ଯେମିତି ଦେଖିବାକୁ, ପରମ ପୂଜନୀୟ ସମ୍ମାନାସ୍ପଦ, ଅର୍ଥାତ୍‌ ମୁଁ ତାଙ୍କୁ ପ୍ରଥମ ସାକ୍ଷାତରେ ଯେମିତି ଦର୍ଶନ କଲି, ସେ ଥିଲେ ଠିକ୍‌ ସେମିତି, ପ୍ରାୟ ଶୀର୍ଣ୍ଣ, ସ୍ବର୍ଣ୍ଣାଭ ତାମ୍ରବର୍ଣ୍ଣ, ଅନେକାଂଶରେ ସୁନିର୍ଦ୍ଦିଷ୍ଟ ପାର୍ଶ୍ୱଦୃଶ୍ୟ, ଅନିୟନ୍ତ୍ରିତ ଶ୍ମଶ୍ରୁ, ଦୀର୍ଘ କେଶଗୁଚ୍ଛ, ପରିଧାନରେ ଧୋତି, ଯାହାର ଗୋଟିଏ ପ୍ରାନ୍ତ ସ୍ମନ୍ଧୋପରି ନିକ୍ଷେପିତ, ଅନାବୃତ୍ତ ବକ୍ଷ ଓ ବାହୁଯୁଗଳ ଏବଂ ପାଦପଦ୍ମ ମଧ୍ୟ ନଗ୍ନ, ମୁଁ ସେତେବେଳେ ଭାବି ନେଇଥିଲି ଏହା ହେଉଛି ସୂକ୍ଷ୍ମ ଦର୍ଶନର। ‘ପୋଷାକ’, ମୋର କହିବାର ଅର୍ଥ, ମୁଁ ସେତେବେଳେ ଭାରତବର୍ଷ ସମ୍ବନ୍ଧରେ କିଛି ବି ଜାଣି ନ ଥିଲି। ଭାରତୀୟ ପୋଷାକରେ କୌଣସି ଭାରତୀୟଙ୍କୁ ମୁଁ ସେତେବେଳେ ଦେଖି ନ ଥିଲି। ଯାହାହେଉ ସୂକ୍ଷ୍ମ ଦର୍ଶନରେ ମୁଁ ତାଙ୍କୁ ଦେଖୁଥିଲି। ଏହି ପ୍ରକାର ଦର୍ଶନରେ ମୋର ଏମିତି ସବୁ ଅନୁଭୂତି ହେଲା ଯାହାକି ଥିଲା ଯୁଗପତ୍‌ ପ୍ରତୀକାମତ୍କ ସୂକ୍ଷ୍ମଦର୍ଶନ ଓ ଆଧ୍ୟାତ୍ମିକ ‘ବାସ୍ତବତା’, ସମ୍ପୂର୍ଣ୍ଣ ଭାବରେ ଚୂଡ଼ାନ୍ତ ଆଧ୍ୟାତ୍ମିକ ଅନୁଭୂତି ସକଳ ତଥା ତାଙ୍କ ସହିତ ମିଳିତ ହେବାର ବାସ୍ତବ ତଥ୍ୟରାଜି ଏବଂ ଆମ ଦୁଇଜଣଙ୍କୁ ନେଇ ଯେଉଁ ମହାନ୍‌ ଦିବ୍ୟକର୍ମ ସମ୍ପାଦିତ ହେବ ତା’ର ଏକ ସମ୍ମିଳିତ ଦିବ୍ୟ ଉପଲବ୍ଧି। ଏହିସବୁ ସୂକ୍ଷ୍ମ ଦର୍ଶନରେ ମୁଁ ଏପରି କିଛି କରୁ ନ ଥିଲି ଯାହାକି ମୁଁ ଶାରୀରିକ- ଭୌତିକ ଭାବରେ କେବେ ବି କରି ନ ଥିଲି। ମୁଁ ତାଙ୍କ ପାଦପଦ୍ମରେ ହିନ୍ଦୁରୀତିରେ ସାଷ୍ଟାଙ୍ଗ ପ୍ରଣାମ କରୁଥିଲି। ଏହି କ୍ରିୟା ମୋ ଛୋଟିଆ ମସ୍ତିଷ୍କର କୌଣସି ବୋଧଶକ୍ତି ବ୍ୟତୀତ ଘଟୁଥିଲା। ମୋର କହିବାର ଅର୍ଥ ମୁଁ କ’ଣ କରୁଥିଲି ବା କିପରି ଭାବରେ ଏହା କରୁଥିଲି- ଏ ସମ୍ବନ୍ଧରେ ପ୍ରକୃତରେ କିଛି ବି ଜାଣୁ ନ ଥିଲି। ମୁଁ ଭୂମିଷ୍ଠ ପ୍ରଣାମ କରୁଥିଲି ଏବଂ ଯୁଗପତ୍‌ ମୋର ବାହ୍ୟସା ପ୍ରଶ୍ନ କରୁଥିଲା। ଏ ସବୁ କ’ଣ ହେଉଛି?
ଏହି ସୂକ୍ଷ୍ମଦର୍ଶନ ଘଟଣା ହୁଏତ ତତ୍‌କ୍ଷଣାତ ଲେଖିଥିଲି ଅଥବା ଏହିସବୁ ମୁଁ ପରେ ଲିପିବଦ୍ଧ କରିଥିଲି। ମାତ୍ର ଏସବୁ କେବେ ବି କାହାକୁ କହିନାହିଁ। କାରଣ ସାଧାରଣତଃ ଏପରି ଘଟଣା କେହି କାହାରିକୁ କହନ୍ତି ନାହିଁ। ମୋର କିନ୍ତୁ ଦୃଢ଼ ଉପଲବ୍ଧି ହେଉଥିଲା ଯେ ଏହା ଏକ ପୂର୍ବାଭାସ, ଅର୍ଥାତ୍‌ ଭବିଷ୍ୟତରେ ଦିନେ ନା ଦିନେ ଠିକ୍‌ ଏମିତି କିଛି ନିଶ୍ଚୟ ଘଟିବ ଏବଂ ମୋର ଜାଗ୍ରତ ଚେତନାର ପଶ୍ଚାତରେ ଏହି ଦୃଢ଼ ପ୍ରତ୍ୟୟବୋଧ ରହିଥିଲା। କ୍ରିୟାଶୀଳ ନ ଥିଲା ସତ କିନ୍ତୁ ନିରବଧି ରହିଥିଲା। (୨୦ଡିସେମ୍ବର, ୧୯୧୪), ଶ୍ରୀଅରବିନ୍ଦ ସ୍ବୀକାର କରିଥିଲେ ଯେ ଶରୀରର ପ୍ରତ୍ୟେକ କୋଷାଣୁ ମଧ୍ୟ ସମର୍ପିତ ହୋଇପାରେ ଏହା ଥିଲା ତାଙ୍କର ପ୍ରଥମ ଅନୁଭୂତି।
୨୯ ମାର୍ଚ୍ଚ, ୧୯୧୪ ବିବର୍ତ୍ତନର ଇତିହାସରେ ମହମ ମୁହୂର୍ତ୍ତ। ସେଇ ମୁହୂର୍ତ୍ତରେ (ଦିନ ୩ଟା ୩୦ ମିନିଟ୍‌ ପ୍ରାୟ) ସେ (ମା) ହୃଦୟଙ୍ଗମ କରିଥିଲେ ପୃଥିବୀର ଅସଂଖ୍ୟ ଲୋକ ଅଜ୍ଞାନ ତିମିରରେ ରହିଥାନ୍ତୁ ନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତି ହିଁ ଦିନେ ସେ ଅଜ୍ଞାନ ଆଲୋକରେ ରୂପାନ୍ତରିତ ହେବାର ତଥା ଦିବ୍ୟ ଯୁଗର ଆଗମନର ନିଶ୍ଚିତ ପ୍ରତିଶ୍ରୁତି। ବିଶ୍ୱାସର ଏ ଦଲିଲ ଅନନ୍ୟ। ସେହି ମୁହୂର୍ତ୍ତରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ସ୍ବରୂପ ନିର୍ଣ୍ଣୟ କରିପାରିଲେ ବୋଲି ଆମେ ଆଜି ତାହା ଜାଣୁଛୁ।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri