ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଧୂମ୍‌ଧାମରେ ପାଳିତ ହୋଇଛି। ଶ୍ରୀଜିଉଙ୍କୁ ସକାଳ ପୂଜାର୍ଚ୍ଚନା ପରେ ପହଣ୍ଡି କରି ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ଶ୍ରୀଜିଉଙ୍କୁ ବିଭିନ୍ନ ସୁବାସିତ ଜଳରେ ସ୍ନାନ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଅପରାହ୍ନରେ ଶ୍ରୀଜିଉମାନଙ୍କ ଗଜ ବେଶ କରାଯାଇଥିଲା। ତୁଳସୀ, ଅଁଳା ଆଦି ପତ୍ରରେ ଶ୍ରୀଜିଉଙ୍କୁ ସୁସଜ୍ଜିତ କରାଯାଇଛି। ଏହାପରେ ସ୍ନାନ ବେଦୀରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀଜିଉଙ୍କ ଗଜବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଭୋଗ ଲାଗି ପରେ ଶ୍ରୀଜିଉମାନଙ୍କୁ ପହଣ୍ଡି କରି ବଡ଼ ଦେଉଳଙ୍କୁ ନିଆଯିବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ସୁରକ୍ଷା ଓ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।