ପରଲୋକରେ ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାର

ବମ୍ବେ: ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହେବା ପରେ କିଛି ଦିନ ଧରି ସେ ବମ୍ବେର ରହେଜା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି। ଏହି ଖବର ଜଣାପଡ଼ିବା ପରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ନଦୀମ-ଶ୍ରବଣଙ୍କ ଯୋଡି ସବୁଦିନ ପାଇଁ ଭାଙ୍ଗିଗଲା ବୋଲି କଳାକାରମାନେ ମତ ରଖୁଛନ୍ତି।

ଶ୍ରବଣଙ୍କ ଅବସ୍ଥା ଗୁରୁତର ରହିଥିଲା। ତାଙ୍କ ଯକୃତରେ ପାଣି ଭର୍ତ୍ତି ହୋଇଯାଇଥିଲା। ଏପରିକି ନିଃଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ରାତି ୯.୩୦ରେ ତାଙ୍କ ମୃତ୍ୟୁ ଘଟିଥିଲା।

Share