Categories: ଜାତୀୟ

ଜଙ୍ଗଲରୁ ମିଳିଥିବା ଅସ୍ଥି ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ, ୧୬।୧୨:ଦିଲ୍ଲୀ ମେହରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧା ଓ୍ବାଲକରଙ୍କର ବୋଲି ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି। ଫ୍ଲାଟରୁ ମିଳିଥିବା ରକ୍ତ ଦାଗ ମଧ୍ୟ ଶ୍ରଦ୍ଧାଙ୍କର। ବାପା ବିକାଶ ଓ୍ବାଲକରଙ୍କ ଡିଏନ୍‌ଏ ସହିତ ପୋଲିସ ହସ୍ତଗତ କରିଥିବା ସମସ୍ତ ନମୁନାର ଡିଏନ୍‌ଏ ଟେଷ୍ଟ କରିଥିଲା। ଗତ ମେ’ରେ ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌ଇନ୍‌ ପାର୍ଟନର ଆଫତାବ ପୁନାଓ୍ବାଲା ହତ୍ୟା କରିଥିଲେ। ମୃତଦେହକୁ ୩୫ ଖଣ୍ଡ କରି ସେ ଏକ ଫ୍ରିଜ୍‌ରେ ରଖିବା ପରେ ସେଥିରୁ କିଛି କିଛି କଟା ମାଂସ ନେଇ ଆଫତାବ ବିଳମ୍ବିତ ରାତିରେ ଜଙ୍ଗଲରେ ନେଇ ଫୋପାଡ଼ୁଥିଲେ। ଆଫତାବଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଶ୍ରଦ୍ଧାଙ୍କ ବାପା ଦାବି କରିଛନ୍ତି। ଶ୍ରଦ୍ଧାଙ୍କ ଜଣେ ବନ୍ଧୁଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ତଦନ୍ତ କରି ତାଙ୍କ ଲିଭ୍‌ଇନ୍‌ ପାର୍ଟନର ଆଫତାବଙ୍କୁ ଗିରଫ କରିଥିଲା।

Share