ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର, ଅକ୍ଷୟଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାରର ରହସ୍ୟ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ରାଜ୍ୟର ଏହି ବଡ଼ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ହିଁ ମୋହରା ସାଜିଥିଲେ। ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ବ୍ୟବହାର କରି ବଡ଼ବଡ଼ିଆଙ୍କୁ ମାୟାଜାଲରେ ଫସାଉଥିଲେ। ତେଣୁ ବୁଧବାର ଶ୍ରଦ୍ଧାଞ୍ଜଳି, ରିମାଣ୍ଡରେ ଥିବା ଅର୍ଚ୍ଚନାଙ୍କ ବିଜ୍‌ନେସ୍‌ ପାର୍ଟନର୍‌ ଖଗେଶ୍ୱର ଏବଂ ହନିଟ୍ରାପରେ ଫସିଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ନୟାପଲ୍ଲୀସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ଜେରା କରି ବହୁ ତଥ୍ୟ ହାସଲ କରିଛି। ଏଥିସହ ଇଡି ଅଧିକାରୀମାନେ ସମସ୍ତଙ୍କୁ ଏକାଠି ବସାଇ ତ୍ରିକୋଣୀୟ ଜେରା କରିଥିବା ସୂଚନା ମିଳିଛି।

ସକାଳ ପ୍ରାୟ ୮ଟାରେ ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ପହଞ୍ଚତ୍ଥିଲେ। ଏହା ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଜଗି ରହିଥିଲେ। ସେ କାର୍‌ରୁ ବାହାରିମାତ୍ରେ ସେମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ହେଲେ ଶ୍ରଦ୍ଧାଞ୍ଜଳି କିଛି ନ କହି ଇଡି ଅଫିସ୍‌ ଭିତରକୁ ଚାଲିଯାଇଥିଲେ। ସେତେବେଳେ ସେ ଏକ ସ୍କାର୍ପ ବାନ୍ଧିଥିବାରୁ ତାଙ୍କ ମୁହଁ ଦିଶୁ ନ ଥିଲା। ଏହା ପରେ ଅର୍ଥାତ ପୂର୍ବାହ୍ନ ୧୦ଟାରେ ଇଡି ଅଫିସରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ପହଞ୍ଚତ୍ଥିଲେ। ମଙ୍ଗଳବାର ମଧ୍ୟ ସେଠାରେ ତାଙ୍କୁ ୮ ଘଣ୍ଟା ଜେରା କରାଯାଇଥିଲା। ବୁଧବାର ଇଡି ଅଧିକାରୀମାନେ ପ୍ରଥମେ ଶ୍ରଦ୍ଧାଞ୍ଜଳୀ ଏବଂ ଅକ୍ଷୟଙ୍କୁ ମୁହଁାମୁହିଁ ଜେରା କରିଥିଲେ। ଏଥିସହ ରିମାଣ୍ଡରେ ଥିବା ଖଗେଶ୍ୱରଙ୍କ ସହ ସେମାନଙ୍କୁ ବସାଇ ତ୍ରିକୋଣୀୟ ଜେରା କରାଯାଇଥିଲା। ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳି କେମିତି ଚିହ୍ନିଥିଲେ, ହନିଟ୍ରାପରେ କେବେଠୁ ବ୍ୟବହାର ହେଉଥିଲେ ଶ୍ରଦ୍ଧାଞ୍ଜଳି, ଏଥିପାଇଁ ଅର୍ଚ୍ଚନା ତାଙ୍କୁ କେତେ ଟଙ୍କା ଦେଉଥିଲେ, ଅର୍ଚ୍ଚନାଙ୍କ ଆର୍ଥିକ କାରବାର ପଛର ସତ୍ୟତା କ’ଣ, କେଉଁ ଆଧାରରେ ସମ୍ପତ୍ତି ଅର୍ଜନ କଲେ ନାଗଚାନ୍ଦ ଦମ୍ପତି, ଶ୍ରଦ୍ଧାଞ୍ଜଳିଙ୍କୁ ଅକ୍ଷୟ କେତେ ଟଙ୍କା ଦେଇଛନ୍ତି, କେଉଁ ବଡ଼ବଡ଼ିଆମାନେ ହନିଟ୍ରାପରେ ଫସି ଟଙ୍କା ଦେଇଛନ୍ତି, ଅର୍ଚ୍ଚନାଙ୍କ ପାଖକୁ କାହା ମାଧ୍ୟମରେ ଆସୁଥିଲା ଟଙ୍କା? ଇଡି ପକ୍ଷରୁ ୩ଜଣଙ୍କୁ ଏଭଳି ଏକାଧିକ ପ୍ରଶ୍ନ ପଚରାଯାଇ ପ୍ରକୃତ ସତ ଓ ତଥ୍ୟ ପାଇବାକୁ ଚେଷ୍ଟା କରିଥିଲେ ଇଡି ଅଧିକାରୀ। ରାତି ପ୍ରାୟ ୧୦ଟାରେ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମ ଆଗରେ କିଛି ମୁହଁ ଖୋଲି ନ ଥିଲାବେଳେ ଅକ୍ଷୟ କହିଥିଲେ, ଇଡି ଯାହା ପଚାରିଥିଲେ ସବୁ ତଥ୍ୟ ଦେଇଛି। ମୋତେ ନ୍ୟାୟ ମିଳିବା ନେଇ ମୁଁ ଆଶାବାଦୀ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଏହି ହନିଟ୍ରାପ ମାମଲାରେ ସବୁଠୁ ବଡ଼ ରହସ୍ୟ ଲୁଚି ରହିଛି ଅର୍ଚ୍ଚନାଙ୍କ ପାଖରେ। ତେଣୁ ଅର୍ଚ୍ଚନାଙ୍କୁ ଜେରା କରି ଇଡି ବହୁ ତଥ୍ୟ ହାସଲ କରିବ। ସେ ଏବେ ଝାରପଡ଼ା ଜେଲରେ ଥିବାରୁ ଗୁରୁବାର ତାଙ୍କୁ ରିମାଣ୍ଡ ଆଣିବାକୁ ଇଡି ଯୋଜନା କରୁଛି। ରିମାଣ୍ଡ ସମୟରେ ସମାନ ଭାବେ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ପରିଜାଙ୍କୁ ବସାଇ ମୁହଁାମୁହିଁ ଜେରା କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ସେପଟେ ଖଗେଶ୍ୱରଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଗୁରୁବାର ସରୁଛି। ପ୍ରଥମେ ଖଗେଶ୍ୱର ୧୦ଦିନିଆ ରିମାଣ୍ଡରେ ଆସିଥିବାବେଳେ ସୋମବାରଠାରୁ ପୁଣି ୩ଦିନିଆ ରିମାଣ୍ଡରେ ଆସିଛନ୍ତି। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରି ପୁଣିଥରେ ରିମାଣ୍ଡ ଲାଗି ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ଭାଇରାଲ୍‌ ହେଉଛି ଶ୍ରଦ୍ଧାଞ୍ଜଳିଙ୍କ ରିଲ୍ସ ଭିଡିଓ
ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାସାମ୍ରାଜ୍ୟର ଅନ୍ୟତମ ଅଭିଯୁକ୍ତ ତଥା ହନିଟ୍ରାପ୍‌ ଘଟଣାର ମୋହରା ହେଉଛନ୍ତି ଶ୍ରଦ୍ଧାଞ୍ଜଳି। ତାଙ୍କର ଅଭିନୟ ପ୍ରତି ବହୁତ ଆଗ୍ରହ ଥିଲା। ଏପରି କି ସିନେମାରେ ମଧ୍ୟ ଅଭିନୟ କରିବାକୁ ଚାହିଁ ରହିଥିଲେ। ଏଥିପାଇଁ ସେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ନିବେଦନ କରିଥିଲେ। ଗୁରୁବାର ତାଙ୍କୁ ଇଡି ଅଫିସ୍‌ରେ ଜେରା ଚାଲିଥିବାବେଳେ ସୋସିଆଲ ମିଡିଆରେ ତାଙ୍କର କିଛି ଭିଡିଓ ବେଶ୍‌ ଭାଇରାଲ ହୋଇଥିଲା। ସେ ଭିନ୍ନ ଭିନ୍ନ ଭଙ୍ଗୀରେ ନାଚ ସହ ଅଭିନୟ କରୁଥିବା ମଧ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ଏକ ଭିଡିଓରେ ତାଙ୍କ ସହ ନାଚୁଥିବା ଲମ୍ବା ନିଶ ଓ ହଳଦିଆ ପୋଷାକ ପିନ୍ଧିଥିବା କଳାକାର ଜଣକ କିଏ? ତାଙ୍କର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ଲିଙ୍କ୍‌ ରହିଛି କି ନାହିଁ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri