Categories: ଜାତୀୟ

କ୍ରୋଧରେ ନୁହେଁ ଯୋଜନାବଦ୍ଧ ଭାବେ କରାଯାଇଥିଲା ଶ୍ରଦ୍ଧାଙ୍କୁ ହତ୍ୟା…

ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି। ଏଥିରୁ ଜଣାପଡିଛି ଯେ, ଆଫତାବ ପୁନାଓ୍ବାଲା ଶ୍ରଦ୍ଧାଙ୍କୁ କ୍ରୋଧ ବଶତଃ ହତ୍ୟା କରି ନାହାନ୍ତି। ବଂର ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ଜଙ୍ଗଲରୁ ମିଳିଥିବା ହାଡ଼ଗୁଡ଼ିକ ଶ୍ରଦ୍ଧାଙ୍କର ଅଟେ । ଶ୍ରଦ୍ଧାଙ୍କ ପିତାଙ୍କ ରକ୍ତ ନମୁନାର ଡିଏନଏ ଏବଂ ମିଳିଥିବା ହାଡର ନମୁନା ମେଳ ଖାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି କି ନାହିଁ ତାହା ଏକ ବଡ ପ୍ରଶ୍ନ ଥିଲା, ଯଦିଓ ବର୍ତ୍ତମାନ ଫୋରେନସିକ ଅନୁସନ୍ଧାନରେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି ବୋଲି ଉତ୍ତର ମିଳିଛି। ଫୋରେନସିକ ଟିମ ଦିଲ୍ଲୀ ପୋଲିସକ ମୌଖିକ ସୂଚନା ଦେଇଛି। ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କିଛି ଦିନ ଲାଗିପାରେ। ଅନୁସନ୍ଧାନରେ ଶ୍ରଦ୍ଧାଙ୍କ ଦେହରେ କଟା ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏଥି ସହିତ ପୋଲିସ ବର୍ତ୍ତମାନ ଏଫଏସଏଲର ଅନ୍ତିମ ରିପୋର୍ଟକୁ ଅପେକ୍ଷା କରିଛି।

Share