ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲେ, ମୁଁ ତୁମକୁ ୭୦ ଖଣ୍ଡ କରିଦେବି

ମୁମ୍ବାଇ,୫ା୧୨: ଦିଲ୍ଲୀରେ ଶ୍ରଦ୍ଧା ଓ୍ବାକରଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରି କାଟି ଫିଙ୍ଗିଦେବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ମହାରାଷ୍ଟରେ ଆଉ ଜଣେ ଲିଭ୍‌ ଇନ୍‌ରେ ରହୁଥିବା ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲା, ମୁଁ ତୁମକୁ ୭୦ ଖଣ୍ଡ କରିଦେବି।

ମହାରାଷ୍ଟ୍ର ଧୁଲେରେ ଏମିତି ଏକ ଧମକପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ମହିଳା ପୋଲିସରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅର୍ଶଦ ସଲିମଙ୍କ ତାଙ୍କୁ ନିର୍ଯାତନା ଦେଉଛନ୍ତି। ଅର୍ଶଦ ତାଙ୍କୁ କହିଛନ୍ତି, ଯଦି ମୋ’ ଇଚ୍ଛାରେ କାମ ନ କରିବ ତେବେ ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲେ, ମୁଁ ତୁମକୁ ୭୦ ଖଣ୍ଡ କରିଦେବି।

ନଭେମ୍ବର ୨୯ରେ ପୋଲିସକୁ ଦେଇଥିବା ଅଭିଯୋଗରେ ଏହା କୁହାଯାଇଛି। ଜୁଲାଇ ୨୦୨୧ରୁ ଦୁହେଁ ଏକାଠି ରହିଆସୁଛନ୍ତି। ମହିଳାଙ୍କ କହିବାନୁସାରେ, ସେ ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୧୯ରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ତାଙ୍କର ପୂର୍ବ ସ୍ବାମୀଙ୍କଠାରୁ ଏକ ସନ୍ତାନ ମଧ୍ୟ ହୋଇଥିଲା।

ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ସେ  ହର୍ଷଲ ମାଲି ନାମକ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ବାସ୍ତବରେ ସେ ହର୍ଷଲ ନ ଥିଲେ ସେ ଥିଲେ ଅର୍ଶଦ ସଲିମ। ସେ ତାଙ୍କୁ ଧୁଲେର ଲାଲିଙ୍ଗ ଗାଁର ଜଙ୍ଗଲକୁ ନେଇ ସେଠାରେ ବଳାତ୍କାର କରିଥିଲେ। ସେ ଏହାର ଏକ ଭିଡିଓ ମଧ୍ୟ କରିଥିଲେ ଏବଂ ପରେ ସେ ଭିଡିଓ ନାମରେ ଧମକ ଦେବା ଆରମ୍ଭ କରିଥିଲେ। ଏହା ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ। ଜୁଲାଇ ୨୦୨୧ରେ ଉଭୟ ଅମାଲନର୍‌ ଯାଇ ସେଠାରେ ଲିଭ୍‌ ଇନ୍‌ରେ ରହୁଥିଲେ। ଏହି ସମୟରେ ଏକ ଆଫିଡେଭିଟ୍‌ ପ୍ରସ୍ତୁତ କରିଥିଲେ। ତା’ପରେ ସେ ଜାଣିବାକୁ ପାଇଲେ ଯେ, ଏହି ବ୍ୟକ୍ତିଙ୍କ ନାମ ହର୍ଷଲ ମାଲି ନୁହେଁ,  ଅର୍ଶଦ ସଲିମ।

ମହିଳା ଜଣକ ପୋଲିସକୁ କହିଛନ୍ତି, ଅଭିଯୁକ୍ତ ଅର୍ଶଦ ତାଙ୍କୁ ଜବରଦସ୍ତ ଧର୍ମାନ୍ତରୀକରଣ କରାଇଥିଲେ। ସେ ତାଙ୍କ ପୁଅକୁ ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅର୍ଶଦଙ୍କ ପିତା ମଧ୍ୟ ତାଙ୍କୁ ଧମକ ଦେଇଥିଲେ। ୪ ମାସ ପରେ ଅଭିଯୁକ୍ତ ତାଙ୍କୁ ଭିଟାଭଟ୍ଟି ଅଞ୍ଚଳର ଏକ ଘରକୁ ନେଇ ଯାଇଥିଲେ। ଏଠାରେ ସେ ଚଳିତ ବର୍ଷ ଅଗଷ୍ଟରେ ଏକ ସନ୍ତାନ ଜନ୍ମ ଦେଇଥିଲେ। କୌଣସି କାରଣରୁ ଅର୍ଶଦ ମଧ୍ୟ ସାଇଲେନ୍ସର ସହିତ ତାଙ୍କୁ ଚେଙ୍କ ଦେଇଥିଲେ। ପୋଲିସ ଅର୍ଶଦ ସଲିମଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri