Categories: ଜାତୀୟ

ଶ୍ରଦ୍ଧା ହତ୍ୟା ମାମଲା: ଶରୀରରେ ଅନେକ କ୍ଷତ ଚିହ୍ନ, ଯାଞ୍ଚ କରୁଛି ୩ ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୮ ।୧୧: ଶ୍ରଦ୍ଧା ହତ୍ୟାକାଣ୍ଡରେ ଏମିତି କିଛି କଥା ବେଳେକୁ ବେଳ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ମନକୁ ଦୋହଲାଇ ଦେଉଛି । ଆଫତାବଙ୍କ ବର୍ବରତା ଜଣାପଡିବା ପରେ ପ୍ରାୟ ସମସ୍ତଙ୍କ ମୁହଁରେ ଗୋଟିଏ କଥା ତାଙ୍କୁ କଠିନ ଦଣ୍ଡ ମିଳୁ । ଏମିତିକି ତାଙ୍କୁ ଫାଶୀ ଦିଆଯାଉ ବୋଲି ବି ଦାବି କରାଯାଉଛି । ଶ୍ରଦ୍ଧା ଓ ଆଫତାବଙ୍କ ରିଲେସନକୁ ନେଇ ଏମତି କିଛି ତଥ୍ୟ ସମ୍ନାକୁ ଆସୁଛି ଯାହା ମାମଲାକୁ ଆହୁରି ଜଟିଳ କରି ଦେଉଛି । ଏବେ ଏମାନଙ୍କ ରିଲେଶନକୁ ନେଇ କିଛି ଫଟୋ ବି ସାମ୍ନାକୁ ଆସିଛି ଯାହା କହୁଛି ଆଫତାବ କେତେ ନିଷ୍ଠୁର ହୋଇ ଯାଇଛନ୍ତି । ସେ ବର୍ବତରାର ଚରମ ସୀମାରେ ପହଞ୍ଚି ଯାଇଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ମାମଲାର ଯାଞ୍ଚ ପାଇଁ ଗୋଟିଏ ନୁହେଁ ବରଂ ୩ଟି ରାଜ୍ୟର ପୋଲିସ ଲାଗି ପଡିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଦିଲ୍ଲୀ ପୋଲିସ ସମେତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦଶ ପୋଲିସ ବି ଯାଞ୍ଚରେ ଲାଗି ପଡିଛନ୍ତି ।
ପ୍ରଥମ ଯାଞ୍ଚରେ ସାମ୍ନାକୁ ଆସିଥିଲା କି ଦୁହିଁଙ୍କ ମଧ୍ୟରେ ଅତ୍ୟଧିକ ଝଗଡା ହେଉଥିଲା । ଏହାକୁ କମ୍ କରିବାକୁ ଗତ ମେ’ରେ ଏମାନେ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲେ । ହତ୍ୟାର କିଛିଦିନ ପୂର୍ବରୁ ଶ୍ରଦ୍ଧା ଆଫତାବଙ୍କ ସହ ଉତ୍ତରାଖଣ୍ଡର ଶିବପୁରି ନିକଟ ବଶିଷ୍ଠ ଗୁମ୍ଫା ବୁଲିବାକୁ ଯାଇଥିଲେ । ଏହି ଗୁମ୍ଫା ଗଙ୍ଗାନଦୀ କୂଳରେ ରହିଛି । ସେହିଠାରୁ ହିଁ ଶ୍ରଦ୍ଧା ତାଙ୍କର ଶେଷ ରିଲ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

Share