Posted inଜାତୀୟ

ଶ୍ରଦ୍ଧା ହତ୍ୟା ମାମଲା: ଆଉ ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଫତାବ

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ, ଜାନୁଆରୀ ୪ରେ ଡିଏନ୍‌ଏ ରିପୋର୍ଟ ଏହି ମାମଲାରେ ଏକ ବଡ ଖୁଲାସା କରିଥିଲା। ଅନୁସନ୍ଧାନ ବେଳେ ପୋଲିସ ଉଦ୍ଧାର କରିଥିବା କେଶ ଏବଂ ହାଡ ମୃତ ଶ୍ରଦ୍ଧାଙ୍କର ବୋଲି ଡିଏନ୍‌ଏ ରିପୋର୍ଟରୁ ଜଣାପଡିଥିଲା। ମେ ୧୮ରେ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ସ୍ବୀକାର ପରେ ନଭେମ୍ବର ୧୪ରେ ଅଫତାବଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ସେଚେଲସ୍‌କୁ ଭାରତର ୧୭୫ ନିୟୁତ ଡଲାର ସହାୟତା

ନୂଆଦିଲ୍ଲୀ,୧୦ା୨: ସେଚେଲସ୍‌କୁ ୧୭୫ ନିୟୁତ ଡଲାର ଅର୍ଥ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ସୋମବାର ଘୋଷଣା କରିଛନ୍ତି। ଆଫ୍ରିକାର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ଏହି ଦ୍ୱୀପପୁଞ୍ଜ…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri