ସାଉଥ ଅଭିନେତାଙ୍କ ସହ କାମ କରିବେ ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଶ୍ରଦ୍ଧା କପୁର ସବୁବେଳେ ତାଙ୍କ ଆକ୍ଟିଂକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ଶ୍ରଦ୍ଧା ରବିବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି। ଏହା କୌଣସି ମୁଭିର ଟିଜର ଭଳି ମନେ ହେଉଛି। ଭିଡିଓରେ ଶ୍ରଦ୍ଧା କପୁର ଓ ରାଣା ଦଗ୍ଗୁବାତି ନଜର ଆସିଛନ୍ତି। ରାଣା ହେଉଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଅଭିନେତା।

ରିପୋର୍ଟରେ କୁହାଯାଇଛି ଯେ ଭିଡିଓର ଆରମ୍ଭରେ ଲେଖାଯାଇଛି କି କ୍ଲେୟାର ଜୋନି ପ୍ରେଜେଣ୍ଟସ ମୋଷ୍ଟ ୱାଣ୍ଟେଡ। ତା’ପରେ ଶ୍ରଦ୍ଧା କପୁରଙ୍କର ଏକ ଝଲକ ଦେଖଇବାକୁ ମିଳିଛି। ପରେ ପରେ ରାଣା ଦାଗ୍ଗୁବାତିଙ୍କର ଝଲକ ମଧ୍ୟ ଦେଖାଯାଉଛି। ଭିଡିଓ ଶେଷରେ ଲେଖାଯାଇଛି ଯେ ଏହା ଜୁନ ୧, ୨୦୨୩ରେ ଦେଶବ୍ୟାପୀ ମୁକ୍ତିଲାଭ କରିବାକୁ ଯାଉଛି।

ଭିଡିଓରେ ଶ୍ରଦ୍ଧା କପୁର ଭୟଭୀତ ହୋଇ ଦୌଡୁଥିବା ବେଳେ ପ୍ୟାଣ୍ଟ ସୁଟରେ ରାଣା ଦଗ୍ଗୁବାତୀ କାହାକୁ ଖୋଜୁଛନ୍ତି। ଭିଡିଓର ବ୍ୟାକଗ୍ରାଉଣ୍ଡରେ କେବଳ ଗୋଟିଏ ମ୍ୟୁଜିକ ଶୁଣାଯାଉଛି।

Share