ରୁଖସାନା ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ବାୟୋପିକ ଟ୍ରେଣ୍ଡରେ ଏବେ ଆଉ ଜଣଙ୍କ ନାଁ ସାମିଲ ହେବାକୁ ଯାଉଛି । ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଟିକଲ ୩୦ ଶେଷ ହେବାକୁ ନେଇ ଏକ ଭାଷଣ ଦେଇଥିଲେ । ଏହି ଭାଷଣର ଶେଷକୁ ମୋଦି ୨୧ ବର୍ଷର ଝିଅ ରୁଖସାନା କୈସରଙ୍କ କାହାଣୀ କହିଥିଲେ । ଏବେ ଏହି ଝିଅକୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଆଉ ଏଥିରେ ରୁଖସାନା ଭୂମିକାରେ ନଜର ଆସିବେ ବଲିଉଡ ବିୟୁଟି ଶ୍ରଦ୍ଧା କପୁର ।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ରାଜୌରି ଜିଲାର ଶହାଦର ଶରିଫ ଗାଁରେ ନୁର ହୁସେନ ଓ ରାଶିଦା ବେଗମଙ୍କ ଘରେ ଏକ କନ୍ୟା ଜନ୍ମ ନେଇଥିଲେ । ଯାହାଙ୍କ ନାମ ରଖାଯାଇଥିଲା ରୁଖସାନା କୈସର । ରୁଖସାନାର ଅର୍ଥ ହେଉଛି ଉଜ୍ୱଳ । ରୁଖସାନାଙ୍କ ଚମକ ୨୦୦୯ରେ ଦେଖିବାକୁ ମିଳିଥିଲା ଯେତେବେଳେ ସେ ୨୦ ବର୍ଷର ହୋଇଥିଲେ । ୨୭ ଡିସେମ୍ବର ୨୦୦୯ରେ ରୁଖସାନା ତାଙ୍କ ମାତାପିତା ଓ ଭାଇଙ୍କ ସହ ଘରେ ଥିଲେ । ତାଙ୍କ ଗାଁକୁ ଲାଗି ରହିଥିଲା ଏକ ଜଙ୍ଗଲ । ଯେଉଁଠାରୁ ଆତଙ୍କବାଦୀମାନେ ତାଙ୍କ ଗାଁକୁ ଖାଇବାକୁ ଅବା ରହିବାକୁ ଆସୁଥିଲେ । ସେଦିନ ରାତି ପ୍ରାୟ ୯ଟା ୩୦ରେ ୩ ଜଣ ଆତଙ୍କବାଦୀ ନୁର ହୁସେନଙ୍କ କବାଟ ବାଡେଇ ତାଙ୍କ ଘରେ ରହିବାକୁ କହିଥିଲେ । ହେଲେ ରୁଖସାନାଙ୍କ ପିତା ନୁର ହୁସେନ ସେମାନଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ । ଏହା ଶୁଣି ଆତଙ୍କବାଦୀମାନେ ନୁର ହୁସେନଙ୍କୁ ମାରିବାକୁ ଲାଗିଥିଲେ । ଏହାଦେଖି ଘର ଭିତରେ ଥିବା ରୁଖସାନା ବାହାରକୁ ଆସି ପାଖରେ ଥିବା ଏକ କୁରାଢିରେ ଆତଙ୍କବାଦୀ ଅବୁ ଇସାମାର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ । ଏହାସହ ଆତଙ୍କବାଦୀଙ୍କ ବନ୍ଧୁକ ଛଡାଇଆଣି ଗୁଳି କରିବା ଆରମ୍ଭ କରି ଦେଇଥିଲେ । ଏହାକୁ ଦେଖି ଅନ୍ୟ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ । ତେବେ ଏହି ଘଟଣା ପୂର୍ବରୁ ଆତଙ୍କବାଦୀମାନେ ରୁଖସାନା ଓ ତାଙ୍କ ଚାଚିଙ୍କୁ ଅପହରଣ କରିନେଇଥିଲେ ବି ପରେ ଛାଡି ଦେଇଥିଲେ । ଏହାର ଠିକ ଗୋଟିଏ ମାସ ପରେ କେତେଜଣ ଅଜଣା ଲୋକ ରାତି ପ୍ରାୟ ୧୦ଟା ୩୦ରେ ରୁଖସାନାଙ୍କ ଘର ଉପରକୁ ଗ୍ରେନେଡ ମାଡ କରିଥିଲେ । ହେଲେ ତାଙ୍କ ପରିବାର ସଦସ୍ୟଙ୍କର କିଛି କ୍ଷତି ହୋଇ ନ ଥିଲା । କାରଣ ସେତେବେଳକୁ ସରକାର ରୁଖସାନାଙ୍କ ପରିବାରକୁ ହାଇ ସିକ୍ୟୁରିଟି ପୋଲିସ କଲୋନିକୁ ସିପ୍ଟ କରି ଦେଇଥିଲେ ।
ଏହାପରେ ୨୫ ଜାନୁୟାରୀ ୨୦୧୦ରେ ରିପବ୍ଲିଡ ଡେର ପୂର୍ବ ସନ୍ଧ୍ୟାରେ ରୁଖସାନା ଓ ତାଙ୍କ ଭାଇଙ୍କୁ ସେମାନଙ୍କର ସାହସିକତା ପାଇଁ କିର୍ତ୍ତି ଚକ୍ର ଦିଆଯାଇଥିଲା । ତାଙ୍କୁ ନ୍ୟାଶନାଲ ବ୍ରେଭରି ଆୱାର୍ଡ, ସର୍ବୋତ୍ତମ ଜୀବନ ରକ୍ଷା ପଦକ, ସର୍ଦ୍ଦାର ପଟେଲ ଆୱାର୍ଡ, ରାଣୀ ଝାନ୍ସି ବ୍ରେଭରି ଆୱାର୍ଡ ଭଳି ଅନେକ ପୁରସ୍କାର ମିଳିଥିଲା । ରୁଖସାନାଙ୍କ ପରିବାରର ସୁରକ୍ଷା ପାଇଁ ତାଙ୍କ ଘରେ ସ୍ପେଶାଲ ପୋଲିସ ପୋଷ୍ଟ ଲଗାଯାଇଥିଲା । ଏବେ ରୁଖସାନା ରାଜୌରିରେ କନଷ୍ଟେବଳ ରହିଛନ୍ତି । ସେ ୨୦୧୩ରେ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ କବିର ହୁସେନ ଇନ୍ସପେକ୍ଟର ଅଛନ୍ତି । ତାଙ୍କର ୩ ଝିଅ । ଏବେ ସେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରି ଜଣେ ଜଣେ ଦାୟିତ୍ୱବାନ ନାଗରିକ କରି ଗଢି ତୋଳିବେ ବୋଲି ରୁଖସାନା କହିଛନ୍ତି । ଏବେ ଏହି ସାହସି ଝିଅଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ଶ୍ରଦ୍ଧା କପୁର ରୁଖସାନା ଭୂମିକାରେ ଅଭିନୟ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri