ଦୀପିକାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ଶ୍ରଦ୍ଧା କପୁର ଦୀପିକା ପାଦୁକୋନଙ୍କୁ ରିପ୍ଲେସ କରି ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଇଥିବା ବଲିଉଡ ଅଭିନେତ୍ରୀ ହୋଇ ଯାଇଛନ୍ତି। ୫ କୋଟି ୫୬ଲକ୍ଷ ଫଲୋଅର୍ସ ସହ ଶ୍ରଦ୍ଧା କପୁର ଏବେ ପ୍ରିୟଙ୍କା ଚୋପ୍ରାଙ୍କଠୁ ଟିକେ ପଛରେ ଅଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରାଙ୍କୁ ୫କୋଟି ୮୦ଲକ୍ଷରୁ ଅଧିକ ଲୋକେ ଫଲୋ କରନ୍ତି। ଦୀପିକା ପାଦୁକୋନଙ୍କ ଫଲୋଅର୍ସ ସଂଖ୍ୟା ୫କୋଟି ୨୦ଲକ୍ଷ। ତେବେ ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋଅର୍ସ ଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି। କୋହଲିଙ୍କ ଇନଷ୍ଟାଗ୍ରାମରେ ୮କୋଟି ୨୦ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

Share