ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନେତା ପୁଅ ପ୍ରିୟାଙ୍କ ଶର୍ମା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୧, ଫେବୃୟାରୀରେ ପ୍ରିୟାଙ୍କ ପ୍ରଯୋଜକ କରିମ ମୋରାନୀଙ୍କ ଝିଅ ଶାଜା ମୋରାନୀଙ୍କୁ ବିବାହ କରିବେ। ବିଗତ କିଛିଦିନ ହେବ ପ୍ରିୟାକ ଏବଂ ଶାଜା ରିଲେସନଶିପ୍‌ରେ ରହିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି।
ପ୍ରିୟାଙ୍କ ଫିଲ୍ମ ‘ସବ କୁଶଲ ମଙ୍ଗଲ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍‌ ହୋଇଥିଲା। ସେହିପରି ଶାଜା ସହ ନିର୍ଦ୍ଦେଶିକା ଭାବେ ‘ଅଲଓ୍ବେଜ୍‌ କଭି କଭି’ ଏବଂ ‘ହାପି ନ୍ୟୁ ଇୟର’ରେ କାମ କରିସାରିଛନ୍ତି।

Share