ମିଛ ଫଟୋ ଦେଖାଇ ଭୁତେଇଦେଲେ

ଢେଙ୍କାନାଳ,୧୪ା୭(ରତନ ନାୟାର): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ଲାଭ ନେଇଥିବା ଦର୍ଶାଇ ବ୍ୟାନରରେ ଛାପିଲେ ଯୁବକଙ୍କ ନାମ। ସ୍ତ୍ରୀଙ୍କ ଫଟୋ ମଧ୍ୟ ବ୍ୟବହାର କଲେ। ହେଲେ ସମ୍ପୃକ୍ତ ଯୁବକ ଯେ ରାଜ୍ୟ ସରକାରଙ୍କ ଏଭଳି ବହୁମୁଖୀ ସ୍ବାସ୍ଥ୍ୟ ଯୋଜନାର ହିତାଧିକାରୀ ନୁହନ୍ତି, ତାହା ସ୍ପଷ୍ଟ ହୋଇଛି। ‘୫-ଟି’ ସଚିବଙ୍କ ପରିଦର୍ଶନ ବେଳେ ନିଜର ପାରିବାପଣିଆ ଜାହିର କରିବା ଏବଂ ସଚିବଙ୍କୁ ଭୁତାଇବାକୁ ଯାଇ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦର୍ଶନ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହା ଧରାପଡ଼ିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ମୁଖିଆ ନିଜ ମୁଣ୍ଡରୁ ଦୋଷ ଝାଡ଼ିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବିଭାଗୀୟ ଅପାରଗତା ଲୁଚାଇବାକୁ ସେ ବ୍ୟାନର ଛାପିଥିବା ଦୋକାନୀଙ୍କ ଉପରକୁ ଦୋଷ ଠେଲିଛନ୍ତି, ଯାହା ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ଘଟଣାରୁ ଜଣାପଡ଼ିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତ ୧୧ ତାରିଖରୁ ଦୁଇଦିନିଆ ଜିଲା ଗସ୍ତରେ ଆସିଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌। ଗତ ବୁଧବାର ପୂର୍ବାହ୍ନ ୮ଟା ୪୫ରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସଚିବଙ୍କ ଗସ୍ତ ପୂର୍ବରୁ ବାହାବା ନେବାକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲା। ତେବେ ବିଏସ୍‌କଓ୍ବୋଇ ହେଲ୍‌ପ ଡେସ୍କରେ ଲାଗିଥିବା ଏକ ବ୍ୟାନର ପାଇଁ ଏବେ ବିଭାଗର ମୁଣ୍ଡବ୍ୟଥା ବଢ଼ିଯାଇଛି। ଉକ୍ତ ବ୍ୟାନରରେ ବିଏସ୍‌କଓ୍ବୋଇରେ ସାମିଲ ହୋଇ ନ ଥିବା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳର ଜଣେ ଯୁବକଙ୍କ ନାମ ଲେଖାଯାଇଥିଲା। ଯୁବକଙ୍କ ବଦଳରେ ତାଙ୍କ ସ୍ତ୍ରୀଙ୍କ ଫଟୋ ମଧ୍ୟ ଏଥିରେ ଛପାଯାଇଥିଲା। ହେଲେ ବିଏସ୍‌କଓ୍ବୋଇରେ ଚିକିତ୍ସା ସେବାର ଲାଭ ଉଠାଇବା ତ ଦୂରର କଥା, ସେ କେବେ ଅସ୍ତ୍ରୋପଚାର ହୋଇ ନ ଥିବା କହିଛନ୍ତି। କେବଳ ଏତିକି ନୁହେଁ, ଯେଉଁ ବେସରକାରୀ କ୍ଲିନିକ୍‌ରେ ସେ ଅସ୍ତ୍ରୋପଚାର ହୋଇଛନ୍ତି ବୋଲି ରେକର୍ଡଭୁକ୍ତ କରାଯାଇଥିଲା, ତାହା ମଧ୍ୟ ମିଥ୍ୟା ବୋଲି ଜଣାପଡ଼ିଛି। ଏହାକୁ ସମ୍ପୃକ୍ତ କ୍ଲିନିକ୍‌ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି।
ଏହି ଖବର ପ୍ରଘଟ ହେବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲା ସ୍ବାସ୍ଥ୍ୟ ବିଭାଗରେ ଅଡୁଆ ବଢ଼ିଛି। ଉକ୍ତଦିନ ୫-ଟି ସଚିବଙ୍କ ଆଗରେ ଏଭଳି ଆହୁରି ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦର୍ଶନ କରାଯାଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ପ୍ରଦର୍ଶିତ ବ୍ୟାନରଗୁଡ଼ିକୁ ଯାଞ୍ଚ କଲେ ଏହା ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ଘଟଣା ଜଣାପଡ଼ିବା ପରେ ତରବରିଆ ଭାବେ ବ୍ୟାନର ବାହାର କରି ଦିଆଯାଇଛି। ଏପରି କି ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କେତେଜଣ ମୁଷ୍ଟିମେୟ କର୍ମଚାରୀ ଏହାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ନାୟକଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିବା ବେଳେ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ପ୍ରିଣ୍ଟିଂ କରିଥିବା ଦୋକାନୀ ଭୁଲ୍‌ କରିଛି କହି ଫୋନ୍‌ କାଟି ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କହିଲେ, ଏଭଳି ଭୁଲ୍‌ ହେବା କଥା ନୁହେଁ। ଘଟଣା ସମ୍ପର୍କରେ ଶୁଣିବା ପରେ ବିଭିନ୍ନ ଲୋକଙ୍କୁ ସେ ପଚାରିଥିଲେ। ପ୍ରିଣ୍ଟିଂ ସମୟରେ ଭୁଲ୍‌ ହୋଇଥିବା ସେ ଶୁଣିଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ)ଙ୍କୁ ଜଣାଇବେ ବୋଲି ସେ କହିଛନ୍ତି। ‘୫-ଟି’ ସଚିବଙ୍କ ଜିଲା ଚିକିତ୍ସାଳୟ ପରିଦର୍ଶନ ବେଳେ ବିଏସ୍‌କଓ୍ବୋଇ ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଦର୍ଶନ କରାଯିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏହାକୁ ବିଭାଗୀୟ ଅଧିକାରୀ ଏବଂ ଠିକା କର୍ମଚାରୀ ହାଲୁକା ଭାବେ ନେବା ଏହି ଯୋଜନାର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri