ଅଭିନେତ୍ରୀଙ୍କ ବିବାହକୁ ନେଇ ହେବ ଶୋ’: ଓଟିଟିରେ ପ୍ଲାର୍ଟଫର୍ମରେ ହେବ ଉପଲବ୍ଧ

ମୁମ୍ବାଇ: ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହଂସିକା ମୋଟଓ୍ବାନି ନିକଟରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି। ୪ ଡିସେମ୍ବରରେ ଦୁହେଁ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ଏବେ ଦୁହେଁ ନିଜର ଦାମ୍ପତ୍ୟ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରୁଛନ୍ତି। ତେବେ ବିବାହର ଏକ ମାସ ପରେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଅଭିନେତ୍ରୀ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ଅପକମିଙ୍ଗ୍‌ ଶୋ’ ‘ହଂସିକା ଲଭ୍‌ ଶାଦି ଡ୍ରାମା’ର ଘୋଷଣା କରିଛନ୍ତି। ଏହି ଶୋ’ରେ ହଂସିକାଙ୍କ ବିବାହକୁ ନେଇ ପ୍ରଦର୍ଶିତ ହେବ। ଛୋଟରୁ ବଡ ବିବାହ ରୀତିନୀତି ଏହି ଶୋ’ମାଧ୍ୟମରେ ଦେଖାଯିବ। ଏହି ଶୋ’ଏକ ଆଉଟ୍‌-ଏଣ୍ଡ୍‌ -ଆଉଟ ରିଆଲିଟି ଶୋ’ହେବ। ଯାହା ଡିଜ୍ନି ପ୍ଲସ ହଟ୍‌ଷ୍ଟାରରେ ଷ୍ଟ୍ରିମିଂ ହେବ। ଏହି ଶୋ’କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳିଛି।

Share