Categories: ଜାତୀୟ

ମୃତ୍ୟୁ ମୁହଁରେ ଥାଇ ଭିଡିଓରେ ଏମିତି କହିଲେ ପଦ୍ମଶ୍ରୀ ପ୍ରାପ୍ତ ଡାକ୍ତର

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପୂର୍ବତନ ସଭାପତି ତଥା ପଦ୍ମଶ୍ରୀ ପ୍ରାପ୍ତ ଡ. କେ କେ ଅଗ୍ରଓ୍ବାଲଙ୍କ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ତଳେ ସେ ଶେୟାର କରିଥିବା ଫେସବୁକ ଭିଡିଓ ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ। “ ଡାକ୍ତରୀ ବୃତ୍ତିର ସାମୂହିକ ଚେତନାକୁ ମୁଁ ପ୍ରତିନିଧିତ୍ୱ କରୁଛି। ପରିସ୍ଥିତି ଯାହା ବି ହେଉ ରୋଗୀଙ୍କ ସେବା ଜାରି ରହିବା ଦରକାର ”  ବୋଲି ଭିଡିଓରେ ସେ କହିଥିଲେ। ଭିଡିଓ ଉତ୍ତୋଳନ ବେଳେ ସେ କୋଭିଡ୍‌ ଓ ନିମୋନିଆରେ ପୀଡ଼ିତ ଥିଲେ।

ମୃତ୍ୟୁ ପୂର୍ବରୁ କୋଭିଡ୍‌ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ହୃଦରୋଗ ବିଶେଷଜ୍ଞ ଅନେକ ଭିଡିଓ ପ୍ରସ୍ତୁତ କରିଥିଲେ। ସୋମବାର ରାତି ୧୧ଟା. ୩୦ରେ ୬୨ ବର୍ଷୀୟ ଡ. ଅଗ୍ରଓ୍ବାଲଙ୍କ ମୃତ୍ୟୁ ଘଟିଥିବା ଅଧିକାରୀମାନେ ଟୁଇଟରରେ ଘୋଷଣା କରିଥିଲେ।

Share