ତହସିଲଦାରଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଗଞ୍ଜାମ,୧୭ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଗତ ୧୪ ତାରିଖରେ ଜଣେ କର୍ମଚାରୀ ବିନା ମାସ୍କରେ ତେଲ ପକାଉଥିଲେ। ସେହି ରାସ୍ତା ଦେଇ ଯାଉଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତାଙ୍କୁ ସର୍ବସମ୍ମୁଖରେ ଉଠବସ୍‌ କରାଇଥିଲେ। ଏହି ଘଟଣାରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାର ଭିଡିଓ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଭାଇରାଲ କରିଥିଲେ। ତାଙ୍କୁ କାର୍ଯ୍ୟରୁ ପମ୍ପ ମାଲିକ ବାହାର କରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।