ରାମ୍‌କୋ ସିମେଣ୍ଟକୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ,୨୧ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ସୃଷ୍ଟି କରିିଥିବା ରାମ୍‌କୋ ସିମେଣ୍ଟ କାରଖାନାକୁ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କାରଣ ଦର୍ଶାଅ ନୋଟିସ ଦେଇଛି। ବୋର୍ଡର ସଦସ୍ୟ ସଚିବ କାରଖାନା କର୍ତ୍ତୃପକ୍ଷଙ୍କୁ ଜାରି କରିଥିବା ଉକ୍ତ ନୋଟିସ(ପତ୍ରସଂଖ୍ୟା ୮୬୯୦/୧୯ା୫ା୨୦୨୨)ରେ ୧୫ ଦିନ ମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଭିନ୍ନ ଅନିୟମିତତା ସଂକ୍ରାନ୍ତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କାରଖାନା କର୍ତ୍ତୃପକ୍ଷଙ୍କ ଉତ୍ତର ଯଦି ସନ୍ତୋଷଜନକ ନ ହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କାରଖାନା ମାଲିକଙ୍କ ରାଜ୍ୟ କ୍ଷମତା କେନ୍ଦ୍ରରେ ପ୍ରଭୂତ ପ୍ରଭାବ
ରହିଥିବା ପ୍ରଚାରିତ ହେଉଥିବାରୁ ଓ ଅତୀତରେ କାରଖାନାକୁ ରାଜନୈତିକ ଓ ପ୍ରଶାସନିକ ସୁରକ୍ଷା ମିିଳିଥିବାରୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ଲୋକେ ଦୁଃସାହସିକ ବୋଲି ଅଭିହିତ କରୁଛନ୍ତି। ସୂଚନାଥାଉ କି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ ସଂକ୍ରାନ୍ତରେ ଗତ ୧୦ ତାରିଖରେ ଧରିତ୍ରୀରେ ‘ଚାପରେ ଚେପା ତଦନ୍ତ ରିପୋର୍ଟ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର, ଗୁଆରଙ୍ଗ, ଖୁଣ୍ଟା, ବାଟିଜଙ୍ଗା, ଟେଲର, ଥାନୁଆଳ, ଜୋଗଡା, ମୁରାରୀପୁର, ନାନପୁର, ହରିଦାସପୁର, ଉଡଙ୍ଗା, ବାଜବାଟି, ଭାତୁରୁପୋଷି ଓ ରଥିଆ ଆଦି ଗ୍ରାମର ବାସିନ୍ଦା ରାମ୍‌କୋ କାରଖାନାର ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ଏସ୍‌ପିସିବି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳିପାରି ନ ଥିଲା। ଧରିତ୍ରୀରେ ଏନେଇ ନିୟମିତ ଭାବେ ଖବର ପ୍ରକାଶ ପାଇବା ପରେ ଗତ ମାର୍ଚ୍ଚରେ ଏସ୍‌ପିସିିବି କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ଏକ ସ୍ବତନ୍ତ୍ର ବୈଜ୍ଞାନିକ ଦଳ ରାମ୍‌କୋ ସିମେଣ୍ଟ କାରଖାନାର ପାରିପାର୍ଶ୍ୱିକ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନରେ ପ୍ରାୟ ୧୨୦ ପାର୍ଟିକୁଲେଟ ମେଟର (ପିଏମ୍‌) ୧୦ ଠାରୁ ଅଧିକ ବାୟୁ ପ୍ରଦୂଷଣ, କାରଖାନାର ବେଗ ଫିଲ୍‌ଟର କାମ ନ କରିବା ଆଦି ଅନିୟମିତତା ହେଉଥିବା ଏହି ଦଳ ଜାଣିବାକୁ ପାଇବା ସହ ଏସ୍‌ପିସିବି ସଦସ୍ୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେହି ରିପୋର୍ଟ ଆଧାରରେ ଏସ୍‌ପିସିବିର ସଦସ୍ୟ ସଚିବ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡିଛି। ଉକ୍ତ ନୋଟିସରେ ବାୟୁ ପ୍ରଦୂଷଣ ପରମିସେବୁଲ ଲିମିଟ୍‌ ବାହାରେ ରହିଥିବା, ଷ୍ଟେମ୍‌ ଏମିଶନ କାର୍ଯ୍ୟକାରୀ କରୁ ନ ଥିବା, ଅନ୍‌ଲାଇନ୍‌ ଡାଟା ମନିଟରିଂ ସିଷ୍ଟମ୍‌ କାର୍ଯ୍ୟକାରୀ ନ ହେବା, ଧୂମନଳୀରେ ବିଷାକ୍ତ ଧୂଆଁ ବାହାରୁଥିବା, ଧୂଳିଧୂଆଁରେ ଅଞ୍ଚଳ ପ୍ରଦୂଷିତ ହେବା, କାରଖାନା ପରିସରର ବର୍ଷା ଜଳକୁ ଉପଚାର ନ କରି ବାହାରକୁ ଛାଡ଼ିବା ଆଦି ଅନିୟମିତତା ଉପରେ ଦର୍ଶାଯାଇଛି। ଏହିସବୁ ଅନିୟମିତତାର ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ନଚେତ୍‌ ଆଇନ ଅନୁଯାୟୀ କାରଖାନାକୁ ବନ୍ଦ କରାଯାଇପାରେ ବୋଲି ମଧ୍ୟ ଚେତାବନୀ ମିଳିଛି।
ସୂଚନାଯୋଗ୍ୟ, ଏସ୍‌ବିସିବିର ସର୍ତ୍ତ ଅନୁଯାୟୀ କାରଖାନା ପରିସରର ବୁନ୍ଦାଏ ବି ପାଣି ବାହାରକୁ ଛଡ଼ାଯାଇପାରିବ ନାହିଁ। କିନ୍ତୁ ସିମେଣ୍ଟ ଗୁଣ୍ଡ ତିଆରି ପାଇଁ ବିଭିନ୍ନ କଞ୍ଚାମାଳ, ରାସାୟନିକ ଦ୍ରବ୍ୟ ଆଦି ମିଶା କାରଖାନାର ପାଣି ନିକଟସ୍ଥ ଏକ ନାଳରେ ବୋହୁଛି। ଏଥିଯୋଗୁ ସେହି ନାଳ ପ୍ରଦୂଷିତ ହୋଇ ପଟୁଣିଆ ନିକଟରେ ଗେଙ୍ଗୁଟି ନଦୀରେ ମିଶୁଛି। ଏହାଦ୍ୱାରା ଆଖପାଖ ଅଞ୍ଚଳବାସୀ ଜଳ ପ୍ରଦୂଷଣର ଶିକାର ହେଉଥିବା ସହ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ପରିବେଶ ସୁରକ୍ଷା ଆଇନ ଅନୁସାରେ କାରଖାନାର କୌଣସି ନିଜସ୍ବ ବ୍ୟବସ୍ଥା ନାହିଁ। କାରଖାନା ପ୍ରତିଷ୍ଠା ପାଇଁ ବେଆଇନ ଭାବରେ ଗୋଚର ଜମି ଦଖଲ ହୋଇଥିବା ପୂର୍ବରୁ ଅଭିଯୋଗ ହୋଇ ସାରିଛି। ଏହିଭଳି ଭାବରେ ରାମ୍‌କୋ ସିମେଣ୍ଟ କାରଖାନାର ସରକାରୀ ଆଇନ ଓ ନିୟମ ଉଲ୍ଲଂଘନର ତାଲିକା ବେଶ୍‌ ଲମ୍ବା। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ରାମ୍‌କୋ କାରଖାନାର ବିଭିନ୍ନ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବା ତଦନ୍ତରେ ସ୍ପଷ୍ଟ ହୋଇଥିଲା। ଏନେଇ ଗତ ମାର୍ଚ୍ଚରେ ଏସ୍‌ପିସିବିକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ତଦନୁସାରେ ଏହି କାରଖାନା କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ୧୫ ଦିନ ପରେ ପୁଣି କାରଖାନାକୁ ପରିଦର୍ଶନରେ ଯାଇ ପ୍ରଦୂଷଣ ଉପରେ ସମୀକ୍ଷା କରାଯିବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri