୪ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ/କୋରେଇ (ଡି.ଏନ୍‌.ଏ.),୨୦ା୪: ବଲାଙ୍ଗୀର ଜିଲାରେ ଯେଭଳି ନକଲି ପ୍ରମାଣପତ୍ରକୁ ନେଇ ଛାନ୍‌ଭିନ୍‌ ହେଲା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେଭଳି ପଦକ୍ଷେପ ଯାଜପୁର ଜିଲାରେ ଦେଖିବାକୁ ମିଳିନାହିଁ। ବରଂ ଏହି ଜିଲାରେ ନକଲି ଶିକ୍ଷୟିତ୍ରୀ ଓ ଶିକ୍ଷକ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତକରି ତାଲିକାରୁ ନାମ କାଟିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷେ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ନକଲି ଶିକ୍ଷକଙ୍କ ମୂଳ ପରିବାରକୁ ନେଇ ଉପଯୁକ୍ତ ତଦନ୍ତ କରାଯାଇନାହିଁ ା କେବଳ ବିଭାଗୀୟ ରିପୋର୍ଟ ଆଧାରରେ ୯ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି। ଅନ୍ୟ ୪ ଶିକ୍ଷକଙ୍କୁ କୋରେଇ ବିଇଓ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାବାଦ୍‌ ଜିଲାର ଜଣେ ନକଲି ଆଦିବାସୀ ପ୍ରମାଣପତ୍ରଧାରୀ ଏବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କେନ୍ଦ୍ରାପଡ଼ା ଜିଲାକୁ ବଦଳି ହୋଇଛି। ଏନେଇ କୋରେଇ ବ୍ଲକ ଅସନଝର ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲାପାଳ, ଜିଲା ଶିକ୍ଷାଧିକାରୀ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ନକଲି ଶିକ୍ଷକଙ୍କ ସହିତ ଆର୍‌ଡିସି ଏବଂ ତହସିଲ କର୍ତ୍ତୃପକ୍ଷଙ୍କ ଏଭଳି ଅସାଧୁ ମେଣ୍ଟ ସହିତ କୋହଳ ମନୋଭାବ ଯୋଗୁ ଉପଯୁକ୍ତ ପ୍ରତିଭାଧାରୀ ତଥା ଆଦିବାସୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିବା ମତ ପ୍ରକାଶ ପାଇଛି।
ଯାଜପୁର ଜିଲାରେ ଜାତିଗତ ପ୍ରମାଣପତ୍ରକୁ ନେଇ ଉପଯୁକ୍ତ ତଦନ୍ତ କରାଗଲେ ହଜାରେରୁ ଊର୍ଦ୍ଧ୍ୱ ସରକାରୀ କର୍ମଚାରୀ ଏବଂ ଶିକ୍ଷକଙ୍କ ଅସଲ ମୁଖା ଖୋଲିବ ବୋଲି ଦାବି ହେଉଛି। ସେଥିମଧ୍ୟରୁ କୋରେଇ ବ୍ଲକରେ ସର୍ବାଧିକ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନକଲି ଜାତିଗତ ପ୍ରମାଣପତ୍ର ଆଧାରରେ ଯାଜପୁର ଜିଲାରେ କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ଅସନଝର ଗ୍ରାମର ଜଣେ ବ୍ୟକ୍ତି କେନ୍ଦ୍ରାପଡ଼ା ଜିଲାରେ ବିଇଓ(ବ୍ଲକ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ଅସନଝର ଗ୍ରାମର ସାମାଜିକ କର୍ମୀ ରଞ୍ଜନ କୁମାର ନାୟକଙ୍କ ଅଭିଯୋଗ ମୁତାବକ ସେ ଏସ୍‌ଇବିସି ବର୍ଗର ହୋଇଥିଲେ ହେଁ ମିଥ୍ୟା ଅନୁସୂଚିତ ଜନଜାତି (ଏସ୍‌ଟି) ପ୍ରମାଣପତ୍ର ଦାଖଲକରି ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ପରେ ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ସେହି ଆଦିବାସୀ ପ୍ରମାଣପତ୍ର ବଳରେ ପଦୋନ୍ନତି ପାଇ ଯାଜପୁର ଜିଲା ବଡ଼ଚଣା ବିଇଓ ରହିଥିଲେ। ଏନେଇ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ନିକଟରେ କେତେଜଣ ସାମାଜିକ କର୍ମୀ ବାରମ୍ବାର ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକକୁ ବଦଳି ହୋଇଥିଲା। ଏହାବାଦ୍‌ ଉକ୍ତ ଗ୍ରାମର ୮ ଜଣ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦାଖଲକରି ବିଭିନ୍ନ ସ୍କୁଲରେ ନିୟୋଜିତ ହୋଇଥିବା ଗ୍ରାମର ଶତାଧିକ ବ୍ୟକ୍ତି ଆର୍‌ଡିସିଙ୍କୁ ପତ୍ର ମାଧ୍ୟମରେ ଅଭିଯୋଗ କରିଥିଲେ। ଏହାପରେ ଆର୍‌ଡିସିଙ୍କ ପକ୍ଷରୁ କୋରେଇ ବିଇଓ ଏବଂ ଯାଜପୁର ଡିଇଓଙ୍କୁ ୮ା୮ା୨୦୨୨ରେ ପତ୍ରସଂଖ୍ୟା ୭୬୩୧ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଆର୍‌ଡିସି କାର୍ଯ୍ୟାଳୟର କେହି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏଥିରୁ ବେଣୁଧର ଦେହୁରୀ ଓ ସନ୍ଦିଗ୍ଧ ବିଇଓ ହରିହର ଦଳେଇଙ୍କ ନାମ ବାଦ୍‌ ଦେଇଥିବା ସେତେବେଳେ ଅଭିଯୋଗ ହୋଇଥିଲା । ଏହି ତଦନ୍ତ ନିର୍ଦ୍ଦେଶର ୭ମାସ ପରେ କୋରେଇ ବିଇଓଙ୍କ ଚିଠି ଆଧାରରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ତଦନ୍ତ ରିପୋର୍ଟ କୋରେଇ ବିଇଓଙ୍କୁ ହସ୍ତାନ୍ତର କରିଥିଲେ। ଉପଯୁକ୍ତ ଭାବେ ତଦନ୍ତ ନ କରି ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ୯ ଜଣ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିବା ନେଇ ଧରିତ୍ରୀରେ ୩ା୪ା୨୦୨୩ରେ ସବିଶେଷ ତଥ୍ୟ ସହ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟ ଯେଉଁ ୪ ଜଣ ଶିକ୍ଷକଙ୍କ ପ୍ରମାଣପତ୍ର ବ୍ୟାସନଗର ତହସିଲରୁ ଜାରି ହୋଇନାହିଁ ସେମାନଙ୍କୁ କୋରେଇ ବିଇଓ ମାସେ ଭିତରେ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିଛନ୍ତି । ଏସବୁ ଘଟଣାକୁ ଅବଲୋକନ କଲେ ଯାଜପୁର ଜିଲାରେ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେବାରେ ଏକ ବଡ଼ ର଼୍ୟାକେଟ କାମ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ସନ୍ଧ୍ୟା ୬ଟା ସମୟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri