ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ ପରିବର୍ତ୍ତନ କରିବା ଭଳି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ବିଦ୍ୟାଳୟ ସମସ୍ତ କର୍ମଚାରୀଙ୍କ ଦିନକ ଦରମା ବନ୍ଦ କରାଯାଇଛି ।
ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସାନମସି ଗାଁ ଜଳଣି ମାତା ହାଇସ୍କୁଲକୁ ୧୭ତାରିଖ ଦିନ ପରିଦର୍ଶନରେ ଜିଲା ବିଜ୍ଞାନ ନିରୀକ୍ଷକ ଚିତ୍ତ ରଞ୍ଜନ ପଟ୍ଟନାୟକଙ୍କ ସହିତ ଯାଇଥିଲେ । ସ୍କୁଲ ପରିସର, ବିଶେଷକରି କ୍ଲାସ ରୁମ ଗୁଡିକର ପରିବେଶ କଦର୍ଯ୍ୟକର ଦେଖି ଜିଲାଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ, ସହାୟକ ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଥିଲେ । ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା । ଏ ନେଇ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଝାଡୁ ଧରି ଅଳନ୍ଧୁ ଓ ବୁଢିଆଣୀ ଜାଲ ସଫାକରିଥିଲେ। ଶିକ୍ଷକ ଓ କର୍ମଚାରୀ ଦେଖୁଥିଲେ ମଧ୍ୟ ସେମାନେ ନୀରବ ରହିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦେଖିଥିଲେ। ମେନ୍ୟୁରେ ଅଣ୍ଡା ତରକାରି ଥିବା ବେଳେ ଡାଲମା ଭାତ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିଲା । ତାହା ମଧ୍ୟ ଅତିନିମ୍ନ ମାନର। ଅଣ୍ଡା ପରିବର୍ତ୍ତେ କଦଳୀ ଦେବା ପାଇଁ କଦଳୀ ଅଣା ଯାଇଥିଲା । ତାହା ବିଦ୍ୟାଳୟ କାର୍ଯ୍ୟଳୟରେ ରଖା ଯାଇଥିଲା । ସେଗୁଡିକ କଳା ପଡିଯାଇଥିଲା । ବିଦ୍ୟାଳୟରେ ତିନି ଜଣ ଗ୍ରୁପଡି କର୍ମଚାରୀ (ଦୁଇଜଣ ପିଅନ ଓ ଗୋଟିଏ ରାତ୍ର ଜଗୁଆଳି ତଥା ଝାଡୁଦାର ) ଉପସ୍ଥିତ ଥିବା ସତ୍ୱେ ମଧ୍ୟ ବିଦ୍ୟାଳୟ ପରିସର ଅତ୍ୟନ୍ତ ଅବହେଳିତ ରହିଥିଲା । ଯାହା ଅବହେଳା ଓ ଦାୟିତ୍ୱହୀନତାକୁ ପ୍ରକାଶ କରେ ବୋଲି ଜିଲା ଶିକ୍ଷା ଅଧିକାରୀ ସାହୁ ଚିଠିରେ ଜଣାଇଛନ୍ତି । ଛାତ୍ରୀଛାତ୍ରଙ୍କ ସହ ଆଲୋଚନାରେ ଜାଣିବାକୁ ପାଇଥିଲେ ଯେ, ଶିକ୍ଷାଦାନ ଅତି ଦୁର୍ବଳ । ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ସତ୍ତ୍ୱେ ସ୍ପାର୍କ
(SPARKS) କାର୍ଯ୍ୟକ୍ରମ ସ୍ଲାସ ରୁମରେ ସଠିକ କାର୍ଯ୍ୟ ହେଉ ନାହିଁ । ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ମଧ୍ୟାହ୍ନଭୋଜନ ଉପସ୍ଥାପନରେ ବ୍ୟତିକ୍ରମ ଦେଖା ଦେଇଥିଲା । ବିଜ୍ଞାନ ଲ୍ୟାବ ବହୁ ଦିନ ହେଉଛି ବ୍ୟବହାର ହୋଇନାହିଁ। ଏହିଭଳି ପ୍ରମୁଖ ବ୍ୟତିକ୍ରମକୁ ନେଇ ଜିଲା ଶିକ୍ଷା ଅଧିକାରୀ ସାହୁ ୧୯ ତାରିଖ ଦିନ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ଓ ୧୭ ତାରିଖ ଦିନକର ଦରମା ସମସ୍ତ କର୍ମଚରୀଙ୍କ ବନ୍ଦ କରାଯାଇଥିବା ଚିଠି ନମ୍ବର ୭୪୬୧ ଦର୍ଶାଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?