ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ ପରିବର୍ତ୍ତନ କରିବା ଭଳି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ବିଦ୍ୟାଳୟ ସମସ୍ତ କର୍ମଚାରୀଙ୍କ ଦିନକ ଦରମା ବନ୍ଦ କରାଯାଇଛି ।
ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସାନମସି ଗାଁ ଜଳଣି ମାତା ହାଇସ୍କୁଲକୁ ୧୭ତାରିଖ ଦିନ ପରିଦର୍ଶନରେ ଜିଲା ବିଜ୍ଞାନ ନିରୀକ୍ଷକ ଚିତ୍ତ ରଞ୍ଜନ ପଟ୍ଟନାୟକଙ୍କ ସହିତ ଯାଇଥିଲେ । ସ୍କୁଲ ପରିସର, ବିଶେଷକରି କ୍ଲାସ ରୁମ ଗୁଡିକର ପରିବେଶ କଦର୍ଯ୍ୟକର ଦେଖି ଜିଲାଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ, ସହାୟକ ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଥିଲେ । ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା । ଏ ନେଇ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଝାଡୁ ଧରି ଅଳନ୍ଧୁ ଓ ବୁଢିଆଣୀ ଜାଲ ସଫାକରିଥିଲେ। ଶିକ୍ଷକ ଓ କର୍ମଚାରୀ ଦେଖୁଥିଲେ ମଧ୍ୟ ସେମାନେ ନୀରବ ରହିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଦେଖିଥିଲେ। ମେନ୍ୟୁରେ ଅଣ୍ଡା ତରକାରି ଥିବା ବେଳେ ଡାଲମା ଭାତ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିଲା । ତାହା ମଧ୍ୟ ଅତିନିମ୍ନ ମାନର। ଅଣ୍ଡା ପରିବର୍ତ୍ତେ କଦଳୀ ଦେବା ପାଇଁ କଦଳୀ ଅଣା ଯାଇଥିଲା । ତାହା ବିଦ୍ୟାଳୟ କାର୍ଯ୍ୟଳୟରେ ରଖା ଯାଇଥିଲା । ସେଗୁଡିକ କଳା ପଡିଯାଇଥିଲା । ବିଦ୍ୟାଳୟରେ ତିନି ଜଣ ଗ୍ରୁପଡି କର୍ମଚାରୀ (ଦୁଇଜଣ ପିଅନ ଓ ଗୋଟିଏ ରାତ୍ର ଜଗୁଆଳି ତଥା ଝାଡୁଦାର ) ଉପସ୍ଥିତ ଥିବା ସତ୍ୱେ ମଧ୍ୟ ବିଦ୍ୟାଳୟ ପରିସର ଅତ୍ୟନ୍ତ ଅବହେଳିତ ରହିଥିଲା । ଯାହା ଅବହେଳା ଓ ଦାୟିତ୍ୱହୀନତାକୁ ପ୍ରକାଶ କରେ ବୋଲି ଜିଲା ଶିକ୍ଷା ଅଧିକାରୀ ସାହୁ ଚିଠିରେ ଜଣାଇଛନ୍ତି । ଛାତ୍ରୀଛାତ୍ରଙ୍କ ସହ ଆଲୋଚନାରେ ଜାଣିବାକୁ ପାଇଥିଲେ ଯେ, ଶିକ୍ଷାଦାନ ଅତି ଦୁର୍ବଳ । ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ସତ୍ତ୍ୱେ ସ୍ପାର୍କ
(SPARKS) କାର୍ଯ୍ୟକ୍ରମ ସ୍ଲାସ ରୁମରେ ସଠିକ କାର୍ଯ୍ୟ ହେଉ ନାହିଁ । ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ରଙ୍କ ମଧ୍ୟାହ୍ନଭୋଜନ ଉପସ୍ଥାପନରେ ବ୍ୟତିକ୍ରମ ଦେଖା ଦେଇଥିଲା । ବିଜ୍ଞାନ ଲ୍ୟାବ ବହୁ ଦିନ ହେଉଛି ବ୍ୟବହାର ହୋଇନାହିଁ। ଏହିଭଳି ପ୍ରମୁଖ ବ୍ୟତିକ୍ରମକୁ ନେଇ ଜିଲା ଶିକ୍ଷା ଅଧିକାରୀ ସାହୁ ୧୯ ତାରିଖ ଦିନ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ଓ ୧୭ ତାରିଖ ଦିନକର ଦରମା ସମସ୍ତ କର୍ମଚରୀଙ୍କ ବନ୍ଦ କରାଯାଇଥିବା ଚିଠି ନମ୍ବର ୭୪୬୧ ଦର୍ଶାଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri