ଋତୁସ୍ରାବ ସମୟରେ ମହିଳାମାନେ ନେଇପାରିବେ କି କରୋନା ଟିକା: ଜାଣନ୍ତୁ କ’ଣ କହିଲେ ସରକାର

ନୂଆଦିଲ୍ଲୀ,୨୫।୪: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକ୍ରମରୁ ଜୋରଦାର କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ଟିକାକରଣକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସୃଷ୍ଟି ହେଉଛି। ନିକଟରେ ସେମିତି ଏକ ଗୁଜବ ସୃଷ୍ଟି ହୋଇଥିଲା ଯେ, ଋତୁସ୍ରାବର ୫ ଦିନ ମଧ୍ୟରେ ମହିଳାମାନେ ଟିକା ନେଇପାରିବେ ନାହଁି। କାରଣ ଏହି ସମୟରେ ମହିଳାମାନଙ୍କର ପ୍ରତିରୋଧକ ଶକ୍ତି ବହୁତ କମ୍‌ ଥାଏ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଗୁଜବ ବୋଲି କୁହାଯାଇଛି। ୧୮ ବର୍ଷରୁ ସମସ୍ତ ନାଗରିକ ଟିକା ନେଇ ପାରିବେ। ମହିଳାଙ୍କ ପାଇଁ ସେମିତି କୌଣସି ନିୟମ ନ ଥିବା ସରକାର ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆସନ୍ତା ମେ ୧ରୁ ୧୮ ବଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକ ଟିକା ନେବେ ବୋଲି ଘୋଷଣା କରିଛନ୍ତି।

Share