କୋଚିଂ ସେଣ୍ଟରକୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଇନ ହେଉ

ଭୁବନେଶ୍ୱର, ୭।୯(ଅସମାପିକା ସାହୁ)ରାଜ୍ୟରେ ମାଳ ମାଳ କୋଚିଂ ସେଣ୍ଟର ଖୋଲାଯାଉଛି। କୋଚିଂ ସେଣ୍ଟରଗୁଡ଼ିକ ପାଇଁ କୌଣସି ସ୍ବତନ୍ତ୍ର ନିୟମ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକ ଶୋଷଣର ଶିକାର ହେଉଛନ୍ତି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହୁ ନ ଥିବାରୁ ଛାତ୍ରୀଛାତ୍ରଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି। ତେଣୁ ରାଜ୍ୟ ସରକାର କୋଚିଂ ସେଣ୍ଟରଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଆଇନ ଆଣନ୍ତୁ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି। ଏ ନେଇ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାରଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପ୍ରସନ୍ନ ବିଷୋୟୀ, ସୁବ୍ରତ ସାହୁ, ଅନୁକୂଳ ସାହୁ, କୁଳମଣି ସାହୁ ରହିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସରକାର ସ୍ବତନ୍ତ୍ର ଆଇନ କିମ୍ବା କୌଣସି କଟକଣା ନ ଲଗାନ୍ତି, ତେବେ ଆଗାମୀ ଦିନରେ ଘେରାଉ କରାଯିବ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି।
ମହାସଂଘର କହିବାନୁସାରେ, ପିଲାଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ନମ୍ବର ରଖାଇ ଦେବାର ଏକ ସୁନେଲି ସ୍ବପ୍ନ ଦେଖାଇ ହଜାର ହଜାର ପିଲାଙ୍କୁ କିଛି କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତି। ଭଲ ନମ୍ବର ରଖିଥିବା ଗୋଟିଏ ପିଲାର ଫଟୋକୁ ବିଜ୍ଞାପନରେ ଶହ ଶହ ଅନୁଷ୍ଠାନ ପ୍ରଚାର ପାଇଁ ବ୍ୟବହାର କରିଥିବା ନଜିର ମଧ୍ୟ ରହିଛି। ବହୁ ଅଭିଭାବକ କୋଚିଂ ସେଣ୍ଟର ଶୋଷଣର ଶିକାର ହେଉଥିବା ଅଭିଯୋଗ ଆସୁଛି। ବିଗତ ଦିନରେ ସୁରଟରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ନିକଟରେ ଦିଲ୍ଲୀ କୋଚିଂସେଣ୍ଟର ଅଗ୍ନିକାଣ୍ଡ ଆଦି ଆମକୁ ଅନେକ ଶିକ୍ଷା ଦେଇଛି। ଆଗକୁ ଆମ ରାଜ୍ୟରେ ଏଭଳି ଘଟଣା ଘଟିବନି ବୋଲି କେହି କେବେ କହିପାରିବେ ନାହିଁ। ସେପଟେ ରାଜସ୍ଥାନ କୋଟାରେ ଯେପରି ମେଧାବୀ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ି ଚାଲିଛି ତାହା ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସମୟରେ କୋଚିଂ ସେଣ୍ଟରରେ ପାଠପଢ଼ା, ଶୋଷଣ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଅଭିଯୋଗ ହୋଇଆସୁଛି। ତେଣୁ କୋଚିଂ ସେଣ୍ଟରଗୁଡ଼ିକୁ ତାଲିକାଭୁକ୍ତ କରି ସ୍ବତନ୍ତ୍ର ଗାଇଡ୍‌ଲାଇନ ଆଣି ସରକାର ଦେୟ ଓ ଦାୟିତ୍ୱବୋଧ ନିର୍ଦ୍ଧାରଣ କରିବା ନିହାତି ଆବଶ୍ୟକ। ତେଣୁ ମହାସଂଘ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାକୁ ଦୃଢ଼ ଦାବି ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ପ୍ରତିଶତ ଅଧିକ

ଭୁବନେଶ୍ୱର,୩।୬: ଭୋଟ ଗଣତି ଓ ମତଦାନ ହାର ନେଇ ସିଇଓ ସୂଚନା ଦେଇଛନ୍ତି। ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ। ECI ୧୨୪...

ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ...

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର,୩।୬: ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏନେଇ ସଂସଦୀୟ ବ୍ୟାପାର...

ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଗତ ମେ ମାସ ୨୫ରେ ଶାନ୍ତିପୂର୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି...

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ଭିତର ବେଢାର ଫଟୋ ଭାଇରାଲ

ପୁରୀ,୩ା୬(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ବାରଂବାର ସୁରକ୍ଷା ଉଲଂଘନ ଯେଉଥିବା ଦେଖିବାକୁ ମିଳୁଛି। ଏହାରି...

ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା  ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ...

ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

ଭୁବନେଶ୍ୱର,୩।୬: ସୋମବାର ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଯେଉଁଥିରେ...

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୩ା୬: ସୋମବାର ଆରମ୍ଭ ହୋଇଛି ଚଳିତ ବିଧାନସଭାର ଏହି ଶେଷ ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri