Categories: ଜାତୀୟ

ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡକୁ କମାଇ ହେବ କି? ସୁପ୍ରିମ୍‌କୋର୍ଟ ନୋଟିସ ଜାରି କଲେ…

ନୂଆଦିଲ୍ଲୀ,୨୨।୭ : ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ କ୍ଷେତ୍ରରେ ବ୍ୟକ୍ତିଗତ ସୁରକ୍ଷା ଅଧିକାର ଅଧାରରେ ଏହାର ସମୟ ସୀମାକୁ କମ୍‌ କରାଯାଇ ପାରିବ କି ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ନୋଟିସ ଜାରି ହୋଇଛି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଶେଷ ଅନୁମତି ପିଟିଶନ ଆଧାରରେ ଶୀର୍ଷକୋର୍ଟ ଏଭଳି କହିଛନ୍ତି।

ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ବି. ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ପୂର୍ବରୁ ଏନେଇ ନୋଟିସ୍‌ ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଆଇପିସିର ଧାରା ୩୦୨ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡାଦେଶ କରାଯାଇ ଥାଏ। ଏପରିସ୍ଥଳେ ହାଇକୋର୍ଟ ପୂର୍ବରୁ ବିତି ଯାଇଥିବା ୭ବର୍ଷ ୧୦ ମାସ କମ୍‌ କରି ଏକ ବଡ଼ ତ୍ରୁଟି କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହା ବ୍ୟକ୍ତିଗତ ସୁରକ୍ଷା ଅଧିକାର ଆଧାରରେ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନରେ ଉଲ୍ଲେଖ କରାଯାଇଛି।

Share