‘ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର’

ବର୍ତ୍ତମାନ ସଙ୍ଗୀତ ଜଗତରେ ଚର୍ଚ୍ଚାରେ ଅଛନ୍ତି କଣ୍ଠଶିଳ୍ପୀ ଗୌରବ ଆନନ୍ଦ। ତାଙ୍କ ଗୀତର ପ୍ରାୟ ସମସ୍ତେ ଜଣେ ଜଣେ ବଡ଼ ପ୍ରଶଂସକ। ଭୁବନେଶ୍ୱରରେ ଜନ୍ମିିତ ଗୌରବ କେବେ ‘ନିଛାଟିଆ ମନ’ରେ ଶ୍ରୋତାଙ୍କ ଭାବାବେଗକୁ ଛୁଇଁପାରିଛନ୍ତି ତ କେବେ ‘ଚହଳ’ ଗୀତ ଗାଇ ସଙ୍ଗୀତ କ୍ଷେତ୍ରରେ ଚହଳ ପକାଇଛନ୍ତି। ସେହିଭଳି ଗୀତିକାର ଭାବେ ତାଙ୍କର ଆଉଏକ ପରିଚୟ ରହିଛି। ଧୁଳିଆ ଜନ୍ଦା, ତୋ କଥା ଭାବି ଭାବି, ସିଏ ମା’ ସିଏ ମାଟି ସିଏ ଜନ୍ମଭୂମି, ନୀରବତା, ଚହଳ, ନିଛାଟିଆ ମନ, ବିଦ୍ୟାରଣ, ତୋ ଦୁନିଆ ଛାଡ଼ି ଚାଲିଯିବି, ଏଇ ଆକାଶ ତଳେ ଭଳି ଅନେକ ମନଛୁଆଁ ଗୀତ ରଚନା କରିବା ସହ ନିଜେ ଗାଇ ଶ୍ରୋତାଙ୍କ ହୃଦୟରେ ସୁନ୍ଦର ସ୍ଥାନଟିଏ ସୃଷ୍ଟି କରିପାରିଛନ୍ତି। ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଯୁବ, ନବାଗତ ଓ ସଫଳ କଣ୍ଠଶିଳ୍ପୀ, ଗୀତିକାର ତଥା ମ୍ୟୁଜିକ୍‌ କମ୍ପୋଜର ଗୌରବଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ସଙ୍ଗୀତ କ୍ଷେତ୍ରକୁ କିଭଳି ଆସିଲେ?
– ଛୋଟବେଳୁ ମୁଁ ଗୀତ ଗାଉଥିଲି। ଇଚ୍ଛା ବି ଥିଲା। ବାପା ମଧ୍ୟ ଗୀତ ଗାଆନ୍ତି, ହାରମୋନିୟମ୍‌ ବଜାନ୍ତି, ଗୀତ ଲେଖନ୍ତି। ତେଣୁ ଘରେ ସଙ୍ଗୀତକୁ ନେଇ ଏକ ମାହୋଲ ଥିଲା। ମାତ୍ର ମୁଁ ଭାବି ନ ଥିଲି ଏଥିରେ ବୃତ୍ତି କରିବି। ଯୁକ୍ତ ୩ରେ ପଢ଼ିବା ବେଳେ ସୁବାସ ଚନ୍ଦ୍ର ଧଳ ସାର୍‌ଙ୍କ ପାଖରେ ବିଧିବଦ୍ଧ ଭାବେ ହିନ୍ଦୁସ୍ଥାନୀ ଭୋକାଲ ଶିଖିବା ଆରମ୍ଭ କଲି। ୩ବର୍ଷ ପାଖାପାଖି ଶିଖିବା ଭିତରେ ହିଁ ଇଣ୍ଡଷ୍ଟ୍ରିକୁ ଆସିଯାଇଥିଲି। କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ ଗୋଟେ ଡୁଏଟ୍‌ରେ କାମ ମିଳିଲା। ସେ ମୋର ଗୋଟେ ଗୀତ ଗାଇ କମ୍ପୋଜିଶନ୍‌କୁ ବହୁତ ପସନ୍ଦ କରିଥିଲେ। ଏହା ପରେ ସେ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ସହ ଚିହ୍ନା କରାଇଲେ। ତାଙ୍କ ସହ ରହି ପ୍ରାୟ ୩୦ରୁ ୩୫ ଫିଲ୍ମରେ ଆସିଷ୍ଟାଣ୍ଟ ମ୍ୟୁଜିକ କମ୍ପୋଜର ଭାବେ ସାହାଯ୍ୟ କଲି। ସେଇଠି ‘ବିଦ୍ୟାରଣ’ ଚଳଚ୍ଚିତ୍ର ପାଇଁ କାମ କଲା ସମୟରେ ବାବୁଶାନ୍‌ଙ୍କ ସହ ଦେଖାହେଲା। ସେ ମୋ କାମ ଦେଖି ଖୁସି ହୋଇ ପରଦିନ ଘରକୁ ଡାକିଲେ। ନୂଆ ପିଲା ଥିଲି, ତଥାପି ସେ ବିଶ୍ୱାସ କରି ମୋତେ କାମ ଦେଲେ, ଯାହା ମୋ ପାଇଁ ବଡ଼ କଥା ଥିଲା। ଏହା ପରେ ଆମେ ‘ଦମନ’ ପାଇଁ ଗୀତ ରେକର୍ଡ କରୁଥିଲୁ। ମାତ୍ର ତାହା କିଛି କାରଣ ପାଇଁ ହୋଲ୍ଡରେ ରହିଲା। ଏହା ପରେ ‘ପ୍ରେମମ୍‌’ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ୍‌ କମ୍ପୋଜର ଭାବେ ପ୍ରଥମ କାମ ମିଳିଲା, ଯାହା ବହୁଶୀଘ୍ର ରିଲିଜ୍‌ ହୋଇଥିଲା।
କାହା ପାଇଁ ଆପଣ ଆଜି ଏହି ପରିଚୟ ପାଇଛନ୍ତି?
– ‘ଦମନ’ ଫିଲ୍ମ ମୋ କ୍ୟାରିୟରର ଏକ ଟର୍ନିଂ ପଏଣ୍ଟ। ଆଉ ବାବୁଶାନ୍‌ ଭାଇ ମୋ ପରିଚୟ ପଛର ମାଇଲଷ୍ଟୋନ୍‌। କିନ୍ତୁ ତା’ ପୂର୍ବରୁ ଅସୀମା ଦିଦି ଯଦି ବୈଦ୍ୟ ସାର୍‌ଙ୍କ ସହ ଦେଖା କରାଇ ନ ଥାନ୍ତେ, ତା’ହେଲେ ମୁଁ ଏହି ଲାଇନକୁ ବୋଧେ ଆସି ନ ଥାଆନ୍ତି।
ପ୍ରଥମ କାମ କ’ଣ ଥିଲା?
– ‘ନୀରବତା’ ନାମରେ ଏକ ମ୍ୟୁଜିକ ଭିଡିଓ, ଯେଉଁଥିରେ ଗୀତ ଲେଖିବା ସହ ନିଜେ ଗାଇଥିଲି।
ଗୀତ ଲେଖିବା ପୂର୍ବରୁ କ’ଣ ସବୁ ଧ୍ୟାନ ଦିଅନ୍ତି?
– ମନଇଚ୍ଛା ଗୀତ ଲେଖିବାକୁ ଭଲ ଲାଗେନି। ପିୟୋର୍‌ ଓଡ଼ିଆ, ଯେମିତି ମଣିଷକୁ କନେକ୍ଟ କରିପାରୁଥିବ, ସେମିତି ଗୀତ ଲେଖିବାକୁ ଭଲପାଏ। ଗୀତ ଲେଖିବା ଆଗରୁ ଷ୍ଟୋରୀ କ’ଣ, ତାହା ଜାଣିବାକୁ ଚେଷ୍ଟା କରେ। ଷ୍ଟୋରି ସହ ଚରିତ୍ରକୁ ମଧ୍ୟ ବୁଝିଥାଏ।
ଗୀତ ଲେଖିବା ଓ ଗାଇବା, କେଉଁଟା ଅଧିକ ପସନ୍ଦ?
– ଗୀତ ଲେଖିବାକୁ ବେଶି ପସନ୍ଦ କରେ।
ସିଙ୍ଗର ଲବିରେ ନିଜକୁ କିଭଳି ଆଡ୍‌ଜଷ୍ଟ କରନ୍ତି?
– ଭାଗ୍ୟରେ ନୁହେଁ, ଭାଗରେ ବିଶ୍ୱାସ କରେ। ମୋ ଭାଗରେ ଯାହା ଥିବ, ତାହା ମିଳିବ। ଯାହା କଲେ ବି ମିଳିବ, କେହି ଛଡ଼େଇ ନେଇପାରିବେନି। ଆଉ ଯଦି ନ ଥିବ ମିଳିବନି। ତେଣୁ ଲବିରେ ବିଶ୍ୱାସ କରେ ନାହିଁ, ପ୍ରଶ୍ରୟ ବି ଦିଏ ନାହିଁ।
କିଛି ସ୍ମରଣୀୟ ଶ୍ରୋତାଙ୍କ ପ୍ରତିକ୍ରିୟା?
– ଇନ୍‌ଷ୍ଟାଗ୍ରାମରେ ଜଣେ ଝିଅ ମୋତେ ଥରେ ମେସେଜ କରିଥିଲେ। ଭାଇ ତୁମ ଗୀତ ‘ନିଛାଟିଆ ମନ’ ମୁଁ ସବୁବେଳେ ଶୁଣେ। ା ମୋ ମା’ଙ୍କୁ ଶୁଣାଏ। ତାଙ୍କ ଦେହ ଭଲ ନାହିଁ। ଯେତେବେଳେ ମୁଁ ତାଙ୍କୁ ଶୁଣାଏ, ସେ ବହୁତ ବେଟର ଫିଲ୍‌ କରନ୍ତି। ଏମିତି ସବୁବେଳେ ଗୀତ ବନଉଥାଅ ବୋଲି ସେ କହିଥିଲେ, ଯାହା ମୋତେ ଭାରି ଖୁସି ଦେଇଥିଲା। ଏଇ ମୁହୂର୍ତ୍ତ ମୋର ସବୁବେଳ ମନେ ରହିବ।
ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ କେଉଁମାନଙ୍କୁ ପସନ୍ଦ କରନ୍ତି?
– ପଣ୍ଡିତ ରଘୁନାଥ ମହାପାତ୍ର, ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ଓ ଗୁଡ୍‌ଲୀ ରଥ।
ଅବସର ସମୟରେ କ’ଣ କରନ୍ତି?
-ଟ୍ରାଭେଲ କରିବାକୁ ଭଲ ଲାଗେ।
ଖାଇବାକୁ କ’ଣ ଭଲ ଲାଗେ?
-ଚିକେନ ବିରିୟାନୀ।
ସଙ୍ଗୀତରେ କ୍ୟାରିୟର ପାଇଁ କ’ଣ ବାର୍ତ୍ତା ଦେବେ?
– ଯେଉଁମାନେ ସଙ୍ଗୀତକୁ ଆସିବାକୁ ଚାହୁଁଛନ୍ତି, ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର। ତା’ହଲେ ତୁମେ ସବୁ ଜୋନ୍‌ର ଗୀତ ଗାଇପାରିବ। ସୋସିିଆଲ ମିଡିଆ ଯଦି ବ୍ୟବହାର କରୁଛ, ତାହାହେଲେ ଯାହା ଗୀତ ଗାଉଛ ତାକୁ ଟ୍ୟାଗ୍‌ କର। କେବେ ନା କେବେ ଭାଗ୍ୟ ଫିଟିଯିବ।

ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri