ନ୍ୟୁୟର୍କ ସବ୍‌ଓ୍ବେ ଷ୍ଟେଶନରେ ଗୁଳି: ୧୩ ଆହତ

ନ୍ୟୁୟର୍କ, ୧୩।୪: ନ୍ୟୁୟର୍କର ବ୍ରୁକ୍‌ଲିନ୍‌ଠାରେ ଥିବା ଏକ ସବ୍‌ଓ୍ବେ ଷ୍ଟେଶନରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୩ ଜଣ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତି ଗୁଳିକାଣ୍ଡ ଘଟାଇଥିବା ପୋଲିସ କହିଥିବାବେଳେ ଏହା ପଛର କାରଣ ଜଣାପଡ଼ିନାହିଁ। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିର୍ମାଣ ଶ୍ରମିକଙ୍କ ଭଳି ନାରଙ୍ଗୀ ପୋଷାକ ପିନ୍ଧିବା ସହ ମୁହଁରେ ଗ୍ୟାସ୍‌ ମାସ୍କ ଲଗାଇଥିଲେ। ସେଠାରେ ସ୍ମୋକ ବୋମା ପକାଇବାରୁ ସେହି ସ୍ଥାନ ଧୂଆଁମୟ ହୋଇଯାଇଥିଲା। ପରେ ଅଭିଯୁକ୍ତ ଜଣକ ୫ ଜଣଙ୍କ ଉପରେ ଗୁଳି ଚଳାଇଥିଲେ। ଅନ୍ୟମାନେ ସେଠାରୁ ଦୌଡ଼ି ପଳାଉଥିବା ସମୟରେ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଚାଲିଛି।

Share