Posted inଜାତୀୟ

ପୋଲିସ ଆଗରେ ଗୁଳିକରି ହତ୍ୟା

ଲକ୍ଷ୍ନୌ/ବାଲିଆ, ୧୭ା୧୦: ଉତ୍ତରପ୍ରଦେଶର ବଲିଆ ଅନ୍ତର୍ଗତ ଦୁର୍ଜନପୁର ଗ୍ରାମରେ ରାଶନ ଦୋକାନ ବଣ୍ଟନ ଲାଗି ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଗୁରୁବାର ଗୁଳିମାଡ଼ କରି ଜଣଙ୍କୁ ହତ୍ୟା କରାଯାଇଛି। ଏସ୍‌ଏଚ୍‌ଜି ମଧ୍ୟରେ ପାଟିତୁଣ୍ଡ ହେବାରୁ ସବ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌) ଏହାକୁ ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେଇଥିବାବେଳେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ଅସନ୍ତୁଷ୍ଟ ଗୋଷ୍ଠୀ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଅପର ପକ୍ଷଙ୍କୁ ଗୁଳିମାଡ଼ କରିଥିଲେ। ଏଥିରେ ଜୟ ପ୍ରକାଶ (୪୬) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଥିବାବେଳେ ପୋଲିସ ସ୍ଥାନୀୟ ଭାଜପା ନେତାଙ୍କ ଭାଇଙ୍କୁ ଗିରଫ କରିବା ସହ ୫ ଜଣଙ୍କୁ ଥାନାରେ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ପ୍ରତାପ ସିଂ ଫେରାର୍‌ ଅଛନ୍ତି। ଏହି ଘଟଣାରେ ୩ ଏସ୍‌ଆଇଙ୍କ ସମେତ ୯ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏସ୍‌ଡିଏମ୍‌ ସୁରେନ୍ଦ୍ର ଚନ୍ଦ୍ର ପାଲ୍‌ ଓ ପୋଲିସ ସର୍କଲ ଅଫିସର ଚନ୍ଦ୍ରକେଶ୍‌ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏଡିଜି ବ୍ରିଜ୍‌ଭୂଷଣ, ଡିଆଇଜି ସୁଭାଷ ଚନ୍ଦ୍ର ଦୁବେ ଦୁର୍ଜନପୁର ଗ୍ରାମକୁ ଯାଇ ଶୁକ୍ରବାର ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା ଭାଜପା, ମୋଦିଙ୍କ ସମେତ ୪୦ ଜଣଙ୍କ ନାମ ସାମିଲ

ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭାର ସମୟ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି।...

ଏଏପି ନେତା ବିଜୟ ନାୟାର, ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୧୪ ।୧୧: ଲିକର ପଲିସି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ର ଚିନ୍ତା କମିବାର ନାଁ ନେଉନି । ମିଡିଆ ରିପୋର୍ଟ ଅନୁଯାୟୀ,  ଏଏପି ନେତା ବିଜୟ...

ବିଷାକ୍ତ ମଦ ପିଇ ୧୦ ମୃତ

ଭିଲୁପୁରମ୍‌, ୧୫।୫: ତାମିଲନାଡ଼ୁ ମାରାକାନମସ୍ଥିତ ଇକିୟାର୍କୁପ୍ପାମ ଓ ଚେଙ୍ଗେଲପେଟ୍‌ରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୩୩ରୁ ଊଦ୍ଧର୍‌ବ...

ଏନ୍‌ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍‌ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ...

ବିମାନରେ ଅସଦାଚରଣ ସହ୍ୟ କରାଯିବ ନାହିଁ: ଆଡଭାଇଜରୀ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ,୬।୧: ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ...

ୟୁସିସି ପାଇଁ କେଉଁ ପ୍ରସ୍ତାବ ରହିଛି ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିବା ଆବଶ୍ୟକ: ସିବଲ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ପରେ ରାଜନୀତି ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟସଭା ଏମପି...

ବହୁ କେନ୍ଦ୍ରମନ୍ତ୍ରୀ ବଙ୍ଗଳା ଭଡ଼ା ବାକି ରଖିଛନ୍ତି

ନୂଆଦିଲ୍ଲୀ,୨୦।୫: ବହୁ କେନ୍ଦ୍ରମନ୍ତ୍ରୀ ସେମାନେ ରହୁଥିବା ସରକାରୀ ବଙ୍ଗଳାର ଭଡ଼ା ବାକି ରଖିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର, ନିର୍ମଳା ସୀଥାରମଣ, ସୁଷମା ସ୍ବରାଜ, ବିଜୟ...

ଟମୋଟୋ ଫ୍ଲୁରେ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ

ଥିରୁଭାନ୍ତପୁରମ,୧୪।୫: କରୋନା ପରେ ଏବେ ଦେଶରେ ଆଉ ଏକ ରୋଗ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଉଛି। କେରଳରେ ଏପର୍ଯ୍ୟନ୍ତ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ...

Advertisement
Archives

Model This Week