ସୁନା ଦୋକାନୀଙ୍କୁ ଗୁଳି କରିି ଲୁଟ୍‌

ବାଲିଗୁଡ଼ା/କୋଟଗଡ଼,୨୯।୮(ସଞ୍ଜୟ କୁମାର ପାଣିଗ୍ରାହୀ, ସରୋଜ ବଳିଆରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନେହୁରୁ ଛକଠାରେ ଏକ ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ୩ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକଲରେ ଆସିଥିଲେ। ଛକଠାରେ ଥିବା ମା’ ପାଟଖଣ୍ଡା ଜୁଏଲାରୀ ମାଲିକ ସୁବାଷ ଚନ୍ଦ୍ର ଆଚାରୀ ଦୋକାନ ଖୋଲିବା ସମୟରେ ତାଙ୍କର ହାତକୁ ମାରଣାସ୍ତ୍ର ଦ୍ୱାରା ହାଣିବା ସହ ଗୁଳି ଫୁଟାଇ ସୁନା ଲୁଟ୍‌ କରିଥିବା ଜଣାପଡିଛି। ନିକଟରେ ଥିବା କିଛି ଲୋକ ତୁରନ୍ତ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରିଥିଲେ। ଆଚାରୀଙ୍କ ଘର ବାଲିଗୁଡ଼ା ନୂଆସାହିରେ ଏବଂ ନେହେରୁ ଛକ ନିକଟରେ ତାଙ୍କ ଦୋକାନ ଅଛି। ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଲାଗିଛି।