ଟମାଟୋର ଅଭାବୀ ବିକ୍ରି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ, ୧୬ା୧:ଦୁଇ ମାସ ପୂର୍ବେ କେନ୍ଦ୍ରାପଡ଼ା ଜିଲାରେ ଟମାଟୋ ଦର ଆକାଶଛୁଅଁା ଥିଲା। ବଜାରରେ କେଜି ପ୍ରତି ୫୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ଏବେ ଏହାର ଅଭାବୀ ବିକ୍ରି ଆରମ୍ଭ ହୋଇଛି। କେଜି ପ୍ରତି ମାତ୍ର ୩ ଟଙ୍କାରେ ଚାଷୀ କ୍ଷେତରେ ବେପାରୀଙ୍କୁ ବିକୁଛନ୍ତି। ହାଟକୁ ଆଣି ଗଦା କଲେ ମଧ୍ୟ ବିକ୍ରି ହେଉନି। ହାଟରେ ୬ରୁ ୧୦ ଟଙ୍କା ମଧ୍ୟରେ ବ୍ୟବସାୟୀ ବିକ୍ରି କରୁଛନ୍ତି। ଏପରି କି ହାଟ ଶେଷ ବେଳକୁ ଟମାଟୋ ବିକ୍ରି ନ ହେବାରୁ ବ୍ୟବସାୟୀ ଛାଡି ଚାଲିଯାଉଥିବା ଦେଖାଯାଇଛି। ଅପରପକ୍ଷରେ ଜିଲାରେ ଫସଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ନାହିଁ। ସରକାରୀ ମଣ୍ଡି ନ ଥିବାରୁ ଟମାଟୋ ଦର ଶସ୍ତା ହେବାରୁ ହୀନସ୍ତା ହେଉଥିବା ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ସେହିପରି ଟମାଟୋ ସସ୍‌ ପରି କ୍ଷୁଦ୍ର ଶିଳ୍ପ ପାଇଁ ଆଶାୟୀ ଯୁବ ଶିଳ୍ପୋଦ୍ୟୋଗୀ ଋଣ ପାଇବାକୁ ସକ୍ଷମ ହେଉ ନ ଥିବା ମତ ମିଳିଛି।
ଡେରାବିଶ ବ୍ଲକ ନହଙ୍ଗ ଗଁାର ଟମାଟୋ ଚାଷୀ ରତିକାନ୍ତ ସାହୁ କହିଛନ୍ତି, ଚଳିତ ବର୍ଷ ଟମାଟୋ ଫସଲ ଭଲ ହୋଇଛି। ତେବେ ବିକ୍ରିକୁ ନେଇ ସମସ୍ତ ଚାଷୀ ଅଡୁଆରେ ପଡିଛନ୍ତି। ବଜାରରେ କେଜି ପ୍ରତି ୬ ଟଙ୍କା ବିକ୍ରି ହେଉଥିବା ବେଳେ ଗ୍ରାମ ବେପାରୀ କୁଇଣ୍ଟାଲ ପ୍ରତି ମାତ୍ର ୩୦୦ ଟଙ୍କା ଦେଉଛନ୍ତି। ଅଧିକ ପରିମାଣର ଅମଳକୁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ବିକ୍ରି ପାଇଁ ବାଧ୍ୟ ହେଉଛୁ। ଚଳିତ ଥର ଚାଷରୁ ପ୍ରାୟ ୧୦ ହଜାର ଟଙ୍କା କ୍ଷତି ହେବ ବୋଲି ସେ ଆକଳନ କରିଛନ୍ତି। ପଟ୍ଟାମୁଣ୍ଡାଇର ବୀରେନ କୁମାର ଦାସ କହିଛନ୍ତି, ଜିଲାରେ ପ୍ରାୟ ୩୦,୦୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଚାଷୀ ଟମାଟୋ ଚାଷ କରିଥିଲେ। ଏତେ ପରିମାଣରେ ଫସଲ ଉପତ୍ାଦନ ପରେ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ସଂରକ୍ଷିତ ରଖାଯାଇ ପାରୁନାହିଁ। ସେହିପରି ସରକାରୀ ମଣ୍ଡି ନ ଥିବାରୁ ଟମାଟୋର ଦର ବହୁତ କମ୍‌ ହେଉଛି। ଏହାର ନିରାକରଣ ହୋଇପାରିଲେ ରାଜ୍ୟ ସରକାରଙ୍କ ପନିପରିବା ଦରର ସଫଳ ମୁକାବିଲା ହୋଇପାରିବ। ଯୁବ ଶିଳ୍ପୋଦ୍ୟୋଗୀ ରତନଲାଲ ସାମଲ କହିଛନ୍ତି, ଜିଲାରେ ଟମାଟୋ ଓ ଆଳୁ ଉପତ୍ାଦନ ସମୟରେ ଅଭାବୀ ବିକ୍ରି ହେଉଛି। ଏହାକୁ ଲକ୍ଷ୍ୟ କରି ଟମାଟୋ ସସ୍‌ ଓ ଆଳୁ ଚିପ୍‌ସର କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ୨ବର୍ଷ ହେବ ବିଭିନ୍ନ ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ସହ ଯୋଗାଯୋଗ ରଖାଯାଇଛି। ଜିଲା ଶିଳ୍ପ କେନ୍ଦ୍ର ଓ ବ୍ୟାଙ୍କ ସମୂହର ସମନ୍ବୟ ନ ଥିବାରୁ ଏହି କୃଷିଭିତ୍ତିକ ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ପାରି ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, ଜିଲାର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଏଥିପାଇଁ ସରକାରୀ ସହଯୋଗ ମିଳୁନାହିଁ। ଅର୍ଥକରୀ ଫସଲଠାରୁ ଆରମ୍ଭ କରି ପାରମ୍ପରିକ ଧାନ ଚାଷରେ ବହୁ ପରିବର୍ତ୍ତନ ଆସିଲାଣି। ତେବେ ଚାଷୀଙ୍କ ପାଇଁ ଉନ୍ନତମାନର ବିହନ ସହ ତାଲିମର ବ୍ୟବସ୍ଥା ନାହଁି। ଚାଷୀ ଏବେ ସରକାରୀ ସହଯୋଗ ବିନା ପାରମ୍ପରିକ ଭାବେ ଚାଷ କରୁଛି। ଉପତ୍ାଦିତ ଫସଲ ବାହାର ଜିଲା ବା ରାଜ୍ୟକୁ ଯାଇପାରୁନାହିଁ। ଶୀତଳଭଣ୍ଡାର ନିର୍ମାଣ, ଫୁଡ ପ୍ରୋସେସିଂ ୟୁନିଟ ସ୍ଥାପନ ଓ ସରକାରୀ ମଣ୍ଡି ସହାୟତାରେ ଏହି ସମସ୍ୟାର ସମାଧାନ ହୋଇପାରିବ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଗ୍ରାମୀଣ ଶୀତଳଭଣ୍ଡାର ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ନିକଟରେ କେନ୍ଦ୍ରାପଡ଼ା ବ୍ଲକ ଚନ୍ଦନପୁରଠାରେ ଏକ ସୌରଚାଳିତ ଶୀତଳଭଣ୍ଡାର ଉଦ୍‌ଘାଟନ ହୋଇଛ। ଚାଷୀ ନିଜ ଘରେ ଶୀତଳ ଭଣ୍ଡାର ନିର୍ମାଣ କଲେ ୫୦ ପ୍ରତିଶତ ରିହାତି ଅନୁଦାନ ମିଳିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri