ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନ

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷ ଗ୍ରେଟର ନୋଏଡାଠାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି। ବିଶେଷକରି ପରିଦର୍ଶନକାରୀମାନଙ୍କୁ କମ୍ପାନୀ ପକ୍ଷରୁ ସହଜରେ ବ୍ୟବହାର ହୋଇପାରୁଥିବା ଇ ଜେଡ୍‌ ଚାର୍ଜର ମଧ୍ୟ ପ୍ରଦାନ କରାଯାଇଛି। ଏପରିକି ଟାଟା ପାୱାର ଇ ଜେଡ୍‌ ଚାର୍ଜ ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ୍‌ ବିଷୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଛି, ଯାହାକୁ ବ୍ୟବହାର କରି ସେମାନେ ସହଜରେ ନିକଟତମ ଚାର୍ଜିଂ ଷ୍ଟେଶନ୍‌ ସନ୍ଧାନ ସହ ଚାର୍ଜିଂ ପଏଣ୍ଟ୍‌ର ବାସ୍ତବ ସ୍ଥିତି ଏବଂ ଚାର୍ଜିଂର ଅପ୍‌ଡେଟ୍‌ ଆଦି ପାଇପାରିବେ। ସେହିଭଳି ମୁମ୍ବାଇଠାରେ ଥିବା ଟାଟା ପାୱାରର ନେଟ୍‌ୱର୍କ ଅପରେସନ୍ସ ସେଣ୍ଟର୍‌ (ଏନ୍‌ଓସି)କୁ ମଧ୍ୟ ଉକ୍ତ ମେଳାରେ ପ୍ରଦର୍ଶିତ କରାଯାଇଛି। ଏ ସମ୍ପର୍କରେ ଟାଟା ପାୱାରର ବ୍ୟବସାୟ ବିକାଶ ଓ ଇଭି ଚାର୍ଜିଂ ମୁଖ୍ୟ ବୀରେନ୍ଦ୍ର ଗୋୟଲ କହିଛନ୍ତି, ଭାରତରେ ଇଲେକ୍ଟ୍ରିକ୍‌ ଯାନର ଗ୍ରହଣୀୟତା ଦ୍ରୁତଗତିରେ ବୃଦ୍ଧି ପାଉଛି, ତେଣୁ ଏକ ସୁଦୃଢ଼ ସର୍ବଭାରତୀୟ ଚାର୍ଜିଂ ନେଟ୍‌ୱର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ଉପତ୍ାଦ ଓ ପ୍ରଯୁକ୍ତିକୁ ଉପସ୍ଥାପନ କରି ବେଶ୍‌ ଉଲ୍ଲସିତ ମନେ କରୁଛୁ, ଯାହା ଟାଟା ପାୱାରକୁ ଭାରତର ଅଗ୍ରଣୀ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀରେ ପରିଣତ କରିଛି। ଭବିଷ୍ୟତରେ ନିରନ୍ତର ଗମନାଗମନ ବିଷୟରେ ଗ୍ରାହକମାନେ ଯେଭଳି ବିଚାର କରିବେ ସେଥିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri