କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ନବକିଶୋର ପାଇଲେଣି ୧୦୬ ପୁରସ୍କାର

କଟକ,୨୫ା୧୨ (କାର୍ତ୍ତିକ ସାହୁ): ପୋଲିସ ଚାକିରିରୁ ୨୦୧୯ରେ ଅବସର ନେବା ପରେ ନବକିଶୋର ଦାସଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣର ନିଶା ଜୋର ଘାରିଥିଲା। ଚାକିରିରେ ଥାଇ ୨୦୧୮ରେ ନିର୍ମାଣ କରିଥିବା ଆଉ ଏକ ସତ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ଜଣେ ସଫଳ ନାଟ୍ୟକାର ହେବାର ଆକାଂକ୍ଷାକୁ ବଢ଼ାଇ ଦେଇଥିଲା। ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ୭ଟି ପୁରସ୍କାର ଲାଭ କରିବା ପରେ ନବକିଶୋର ଆଗକୁ ମାଡ଼ି ଚାଲିଥିଲେ। ୬ ବର୍ଷ ମଧ୍ୟରେ ସେ ମୋଟ ୨୨ଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରୀୟ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରିଛନ୍ତି। ସେଥିମଧ୍ୟରୁ ୧୩ଟି କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ସଫଳତା ଆଣିଦେଇଛି। ୨୦୨୧ରେ ନିର୍ମିତ ଫ୍ଲାଗ ଚଳଚ୍ଚିତ୍ର ସର୍ବାଧିକ ପୁରସ୍କାର ଲାଭ କରିଥିଲା। ପଶ୍ଚିମବଙ୍ଗର ଡାଇମଣ୍ଡ ଫିଲ୍ମ ଫେଷ୍ଟିଭାଲରେ ଫ୍ଲାଗ୍‌ ଚଳଚ୍ଚିତ୍ରକୁ ଶନିବାର ଆଉ ଏକ ପୁରସ୍କାର ମିଳିବା ପରେ ଏହି ସଂଖ୍ୟା ୬୮ରେ ପହଞ୍ଚତ୍ଛି। ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣାଧୀନ ରହିଛି। ତେବେ ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ମୋଟ ୧୦୬ଟି ପୁରସ୍କାର ଲାଭ କରିବା ପରେ ସେ ବହୁ ଭାବେ ଗୌରବାନ୍ବିତ ହୋଇଛନ୍ତି। ଏଥିନିମନ୍ତେ ନାଟ୍ୟକାର ନବକିଶୋର ଦାସଙ୍କ ପାଖକୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି।
କଟକ ମଲ୍ଲାସାହି ଅଞ୍ଚଳର ଅବସରପ୍ରାପ୍ତ ପୋଲିସ ଅଧିକାରୀ ନବକିଶୋର ଏକାଧାରରେ ଅଭିନେତା, ନାଟ୍ୟକାର, ଚଳଚ୍ଚିତ୍ର ନିର୍ମାତା ଏବଂ ସଂଳାପକାର ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି। ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ବିଶ୍ବର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇ ଓଡ଼ିଆ ଭାଷା, କଳା, ସାହିତ୍ୟକୁ ପ୍ରଚାର, ପ୍ରସାର କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଫ୍ଲାଗ-୬୮, ଘୁଙ୍ଗା- ୬, ମୁଁ ଟିକେ ଖେଳିବି- ୧, ଭୋକ- ୪, ମୁଁ ଭୂତ କହୁଛି- ୫, ଆଉ ଏକ ସତ୍ୟ- ୭, ଟି’- ୫, ଫାୟାର ଫେଷ୍ଟିଭାଲ- ୩, ଗିଫ୍ଟ- ୨, ଜୟହିନ୍ଦ୍‌-୨, ଦୀପାଳି-୧, ସ୍ବାଭିମାନ-୧, ବେଲୁନ ଅଜା-୧। ସୂଚନାଯୋଗ୍ୟ, ୨୦୨୩ରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ନବକିଶୋରଙ୍କ ନାମ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଇଣ୍ଡିଆନ୍‌ ବୁକ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri