ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଏଡା ଗ୍ରାମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ଶାନ୍ତନୁ ମୁଣ୍ଡାଙ୍କ ୩ ବଖରା ଚାଳ ଘର ଜଳିଯାଇଛି। ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ନଗଦ ୧୭,୦୦୦ ଟଙ୍କା ଓ ଘରେ ମହଜୁଦ ଥିବା ଧାନଚାଉଳ ସମେତ ସମସ୍ତ ଆସବାବପତ୍ର ଛାରଖାର ହୋଇଯାଇଛି। ଗ୍ରାମବାସୀଙ୍କ ସହାୟତାରେ ନିଅଁାକୁ ଆୟତ୍ତ କରାଯାଇଥିଲା। ସୋମବାର ବିଜେଡି ଯୁବନେତା ତାପସ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବିପନ୍ନ ପରିବାରକୁ ଭେଟି ରିଲିଫ୍‌ ଦେଇଥିଲେ। କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।