Categories: ଜାତୀୟ

ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ଦୋକାନକୁ ମାଗଣା ବିଜୁଳି ସଂଯୋଗ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧ ।୬: ଦିଲ୍ଲୀ ସରକାର ଖୁବଶୀଘ୍ର ଦିଲ୍ଲୀରେ ରହୁଥିବା ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ଦୋକାନକୁ ମାଗଣା ବିଜୁଳି ସଂଯୋଗ ଦେବାକୁ ଯାଉଛନ୍ତି । ଆଇଏନଏ ମାର୍କେଟ ସ୍ଥିତ ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ଦୋକାନକୁ ଏହି ମାଗଣା ବିଜୁଳି ସଂଯୋଗ ଦିଆଯିବ ।
ଏସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ମଙ୍ଗଳବାର ବିଏସଇଏସ ଓ ପିଡବ୍ଲୁଡି ସମେତ ସମସ୍ତ ସମ୍ବନ୍ଧିତ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ମାର୍କେଟରେ ଟାୱାର ଟ୍ରାନ୍ସଫରମର ଲଗାଇବାକୁ ସ୍ଥାନ ଚିହ୍ନଟ କରିବା ସହ ଏକ ମାସ ମଧ୍ୟରେ ତୁରନ୍ତ କଶ୍ମୀର ପଣ୍ଡିତଙ୍କ ଦୋକାନକୁ ବିଜୁଳି ସଂଯୋଗ ଦେବାକୁ ସିସୋଡିଆ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଦିଲ୍ଲୀ ଜଳ ବୋର୍ଡର ଉପାଅଧ୍ୟକ୍ଷ ଓ ଗ୍ରେଟର କୈଳାଶର ବିଧାୟକ ସୌରଭ ଭରଦ୍ୱାଜ ବି ସାମିଲ ଥିଲେ ।
ସୂଚନାଯୋଗ୍ୟ, ବିଜୁଳି ସମସ୍ୟାକୁ ନେଇ କିଛିଦିନ ତଳେ ମାର୍କେଟରେ ଦୋକାନ କରିଥିବା କଶ୍ମୀର ପଣ୍ଡିତମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟି ସେଠାରେ ବିଜୁଳି ସମସ୍ୟା ଥିବା ଦର୍ଶାଇଥିଲେ ।

Share