ହୁତୁହୁତୁ ହୋଇ ଜଳିଗଲା ଶପିଂ ମଲ୍‌, ଜୀବନ୍ତ ଜଳିଗଲେ ୫୦ରୁ ଊର୍ଦ୍ଧ୍ୱ, ଭାଇରାଲ ହେଉଛି ଭିଡ଼ିଓ

ବାଗଦାଦ,୧୭।୭: ଇରାକର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୫୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ରିପୋର୍ଟ ମିଳିଛି। ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟରେ ଥିବା ଏକ ସୁପରମାର୍କେଟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭାଇରାଲ ଫଟୋଗୁଡ଼ିକ ଦର୍ଶାଉଛି ଯେ କୋଠାର ଏକ ବଡ଼ ଅଂଶ ନିଆଁରେ ଜଳୁଛି ଏବଂ ଧୂଆଁ ବାହାରୁଛି। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ପାଞ୍ଚ ମହଲା ବିଶିଷ୍ଟ କୋଠାଟି ନିଆଁରେ ହୁତୁହୁତୁ ହୋଇ ଜଳୁଥିବା ଦେଖାଯାଉଛି, ଯେତେବେଳେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାକୁ ସଂଘର୍ଷ କରୁଛନ୍ତି। ୱାସିଟ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ-ମିଆହି ସରକାରୀ INA ନ୍ୟୁଜ ଏଜେନ୍ସିକୁ କହିଛନ୍ତି, ‘ଏକ ବଡ଼ ଶପିଂ ସେଣ୍ଟରରେ ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୫୦ ରେ ପହଞ୍ଚିଛି।’ ଯଦିଓ ଅଗ୍ନିକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, INA ଅନୁଯାୟୀ, ରାଜ୍ୟପାଳ କହିଛନ୍ତି ଯେ ତଦନ୍ତର ପ୍ରାଥମିକ ତଥ୍ୟ ୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରାଯିବ।

ୱାସିଟ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ-ମିଆହି କହିଛନ୍ତି ଯେ ନିଆଁ ଏକ ହାଇପରମାର୍କେଟ ଏବଂ ଏକ ରେଷ୍ଟୁରାଣ୍ଟରେ ଲାଗିଥିଲା। ଯେତେବେଳେ ନିଆଁ ଲାଗିଲା, ସେତେବେଳେ ଅନେକ ଲୋକ ଖାଉଥିଲେ ଏବଂ କିଣାକିଣି କରୁଥିଲେ। ରାଜ୍ୟପାଳ କହିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି ଏବଂ ନିଆଁ ଲିଭାଇଛନ୍ତି। ଏହି ଦୁଃଖଦ ଦୁର୍ଘଟଣା ଯୋଗୁ ସାରା ଦେଶରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। INA ରିପୋର୍ଟ ଅନୁଯାୟୀ, ରାଜ୍ୟପାଳ ମହମ୍ମଦ ଅଲ-ମିଆହି କୋଠା ଏବଂ ମଲ୍‌ର ମାଲିକଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri