ତେଜରାତି ଦୋକାନୀରୁ ଚାରି ଚାରିଟା ହୋଟେଲ  ମାଲିକ: କେମିତି ହେଲେ ମାଲାମାଲ : ସବୁ କହିଦେଲେ ପ୍ରିୟଙ୍କାଙ୍କ ବାପା…

ପୁରୀ,୨୦।୫ : ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି ।
 ତେବେ ଏବେ ପ୍ରଶ୍ନ ଉଠୁଛି ତେଜରାତି ଦୋକାନୀରୁ ପ୍ରିୟଙ୍କାଙ୍କ ବାପା ସିଧା ଚାରି ଚାରିଟା ହୋଟେଲ  ମାଲିକ କିପରି ହେଲେ। ଝିଅଙ୍କ ୟୁଟ୍ୟୁବ ଟଙ୍କା ଏବଂ ଦୋକାନ ଟଙ୍କାରୁ ଏମିତି କେତେ ରୋଜଗାର ହେଉଥିଲା ଯେ ଏକାବେଳେ ଚାରିଚାରିଟା ହୋଟେଲ୍‌ର  ମାଲିକ ହୋଇଗଲେ। ଝିଅ ବାପାଙ୍କୁ ମାଲାମାଲ କରିଦେଲେ କିି ? ଝିଅ ବିଦେଶରେ ବୁଲୁଥିଲେ ବାପା ପୁରୀରେ ଥିଲେ। ୟୁଟ୍ୟୁବ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ, ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା।
ତେବେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ଥିଲା ବେଶ୍‌ ନିବିଡ଼। ଏକାଠି ବୁଲୁଥିଲେ ଏବଂ ହୋଟେଲରେ ରହୁଥିଲେ। ଏପରିକି  ଦୁହେଁ ପାକିସ୍ତାନ ମିଶିକି ମଧ୍ୟ ଯାଇଥିଲେ।  ଝିଅ ପାକିସ୍ତାନ ଯାଇଥିବା ତାଙ୍କ ବାପା ଖୋଦ ସ୍ବୀକାର କରିଛନ୍ତି।
ତେବେ  ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି।
ଏନେଇ ପୁରୀ ଏସ୍‌ପି କହିଛନ୍ତି ଯେ, ପ୍ରିୟାଙ୍କାଙ୍କ ଓ ତାଙ୍କ ପରିବାରର ଆର୍ଥିକ କାରବାରକୁ ନେଇ ଯାଞ୍ଚ ଚାଲିଛି। କେଉଁଠୁ ଟଙ୍କା ଆସିଲା ସେନେଇ ନେଇ ମଧ୍ୟ ତଦନ୍ତ ଚାଲିଛି। କେମିତି ସେ ୪ଟି ବିଳାସପୂର୍ଣ୍ଣ ହୋଟେଲର ମାଲିକାଣୀ ହୋଇଛନ୍ତି ତାହା ମଧ୍ୟ ତଦନ୍ତ ପରିସର ରହିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି  ଯେ, ଉଭୟ ପ୍ରିୟଙ୍କା ଓ ଜ୍ୟୋତି ଏକାସାଙ୍ଗେ ଅନେକ ସ୍ଥାନ ବୁଲିଛନ୍ତି । ଲାଇଭ ଟାଟରେ ସେମାନେ ପାକିସ୍ତାନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି
ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ପ୍ରିୟଙ୍କାଙ୍କ ସହ ରହୁଥିଲେ ପାକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ହୋଟେଲ୍‌ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri