ଜୁଲାଇରେ ଆରମ୍ଭହେବ ଶ୍ରଦ୍ଧାଙ୍କ ଫିଲ୍ମ ସ୍ତ୍ରୀ-୨ର ଶୁଟିଂ

ମୁମ୍ବାଇ: ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ମୁଭି ସ୍ତ୍ରୀ ୨୦୧୭ରେ ରିଲିଜ୍ ହୋଇଥିଲା । ସେତେବେଳେ ଏହି ମୁଭି ସମସ୍ତଙ୍କୁ ଖୁବ୍ ହସାଇଥିଲା ଓ ଡରାଇ ବି ଥିଲା । ଆଉ ଫିଲ୍ମଟି ଏମିତି ଯାଗାରେ ଶେଷ ହୋଇଥିଲା ସମସ୍ତେ ଧରି ନେଇଥିଲେ ଏହାର ପାର୍ଟ ୨ ବି ଆସିବ । ଏବେ ଦର୍ଶକଙ୍କର ଏହି ଅପେକ୍ଷାର ବୋଧହୁଏ ଅନ୍ତ ଘଟିବାକୁ ଯାଉଛି ।
ମିଳିଥିବା ଖବର ଅନୁଯାୟୀ ସ୍ତ୍ରୀ ୨ର ଶୁଟିଂ ଚଳିତ ବର୍ଷ ଜୁଲାଇରେ ଆରମ୍ଭ ହୋଇପାରେ । ତେବେ ପ୍ରଥମ ମୁଭିଠାରୁ ଏହା ଖୁବ୍ ଅନୁଭବର ସହ ଆସିବ ବୋଲି କୁହାଯାଉଛି । ଖୁବ୍ ଏନର୍ଜି ସହ ଅନେକ କିଛି ଏଥିରେ ଇନଭେଷ୍ଟ କରାଯାଉଛି । ସ୍କ୍ରିପ୍ଟ ପ୍ରାୟ ଲକ ହୋଇଯାଇଛି । ଡାଏଲଗ ଡ୍ରାପ୍ଟ ଉପରେ କାମ ଚାଲୁଛି । ସ୍ତ୍ରୀ ୨ ଏପ୍ରିଲ ସୁଦ୍ଧା ପ୍ରି ପ୍ରଡକସନ ଷ୍ଟେଜକୁ ଆସିଯାଇପାରେ । ମେକର୍ସ ଚଳିତ ବର୍ଷ ଜୁଲାଇରେ ଏହାର ଶୁଟିଂ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସ୍ତ୍ରୀ ୨ ରେ ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ସହ ବରୁଣ ଧୱନ ବି ନଜର ଆସିବେ । ଏବେ ପର୍ଯ୍ୟନ୍ତ ଫିଳ୍ମର ରିଲିଜ୍ ଡେଟ କୁହାଯାଇ ପାରିବ ନାହିଁ ଯେପର୍ଯ୍ୟନ୍ତ ଏହାର ଶୁଟିଂ ଆରମ୍ଭ ନ ହୋଇଛି ।

Share