ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ

ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି।
ତେବେ କୌଣସି ନା କୌଣସି ଫିଲ୍ମର ଶୁଟିଂ ସେଟରେ ଷ୍ଟାର ଓ କ୍ରୁଉ ମେମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି। ଫଳରେ ଶୁଟିଂକୁ ଅଧାରୁ ବନ୍ଦ କରାଯାଉଛି। ସାଉଥ ସୁପରଷ୍ଟାର ରଜନୀକାନ୍ତରଙ୍କ ଫିଲ୍ମ Annatheyର ଶୁଟିଂ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫିଲ୍ମର ଶୁଟିଂ ହାଇଦ୍ରାବାଦରେ ଚାଲିଥିବାବେଳେ ୮ ଜଣ ସଦସ୍ୟ କରୋନା ପଜିଟିଭ ହୋଇଥିବା ଜଣାପଡିଛି। ଫଳରେ ଶୁଟିଂକୁ ଅଧାରୁ ରୋକିବାକୁ ପଡିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଫିଲ୍ମର ଶୁଟିଂ ପାଇଁ ରଜନୀକାନ୍ତ ଚେନ୍ନାଇରୁ ହାଇଦ୍ରାବାଦ ଆସିଥିଲେ। ତାଙ୍କୁ ନୟନତାରାଙ୍କ ସହ ଫିଲ୍ମର ସିଡ୍ୟୁଲ ୨୯ ଡିସେମ୍ବରରେ ଶେଷ କରିବାର ଥିଲା।

Share