ଲକ୍‌ଡାଉନ୍‌ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି

ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍‌ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ ୧୫ ଶହ କୋଟିର କ୍ଷତି ହେଲାଣି। ଏହି ସମୟ ମଧ୍ୟରେ ୭୦ରୁ ଅଧିକ ଫିଲ୍ମର ଶୁଟିଂ ଅଟକି ରହିଛି। ଏବେ ହୋଇଥିବା କ୍ଷତିର ଭରଣା ପାଇଁ ବଲିଉଡ୍‌କୁ ୩ ବର୍ଷରୁ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି। ଗତ ୪୦ ବର୍ଷ ଧରି ଫିଲ୍ମ ଡିଷ୍ଟ୍ରିବ୍ୟୁଶନ କାର୍ଯ୍ୟ ସହିତ ଜଡ଼ିତ ଥିବା ରାଜ ବଂସଲ କୁହନ୍ତି ଯେ, ଫିଲ୍ମ ହଲ୍‌ ଖୋଲିଲେ ପ୍ରଥମେ ରିଲିଜ୍‌ ହୋଇ ନ ଥିବା ଫିଲ୍ମଗୁଡ଼ିକ କିଭଳି ରିଲିଜ୍‌ ହେବ ସେ ନେଇ କାର୍ଯ୍ୟ ଆରମ୍ଭ ହେବ। ଫଳରେ ଦର୍ଶକ ଆସନ୍ତା ୬ ମାସ ମଧ୍ୟରେ ୮୦ ପାଖାପାଖି ଫିଲ୍ମ ଦେଖିବାର ସୁଯୋଗ ପାଇବେ। ଚଳିତ ବର୍ଷର ଫିଲ୍ମ ଗୁଡ଼ିକ ଆସନ୍ତା ୨୦୨୧ରେ ରିଲିଜ୍‌ ହେବ ବୋଲି ସେ କହିଛନ୍ତି।

Share