ଶୁଟିଂ ଚାଲିଛି ତୋ ପାଇଁ କିଛି ବି

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ତୋ ପାଇଁ କିଛି ବି’। ଏହାର ଶୁଟିଂ ଏବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲୁ ରହିଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅମ୍ଳାନ ଏବଂ ରିୟା। ଖାସ୍‌ କଥା ହେଲା ବବି ମିଶ୍ର ଏଥିରେ ଏକ ଭିନ୍ନ ଅବତାରରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ। ଅନ୍ୟପକ୍ଷରେ ଏହାର ନିର୍ଦ୍ଦେଶକ ନିରଞ୍ଜନ ବେହେରା କହନ୍ତି, ‘ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକା-ପ୍ରେମିକ କେତେ ବାଟ ଯାଇପାରନ୍ତି ତାହା ଏହି ସିନେମାରେ ଦେଖିବାକୁ ମିଳିବ। ମୋର ପୂର୍ବ ସିନେମା ପରି ଏହି ଫିଲ୍ମରେ ମଧ୍ୟ ମୁଁ କିଛି ପରୀକ୍ଷା ନିରୀକ୍ଷା କରିଛି। ଫିଲ୍ମଟିର କାହାଣୀ ସମ୍ପୂର୍ଣ୍ଣ ମୌଳିକ।’ ଉକ୍ତ ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ପରି ଗୁରୁଦାୟିତ୍ୱ ତୁଲାଉଛନ୍ତି ନିରଞ୍ଜନ। ପାଣ୍ଡବାଶୁଣୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚିତ୍ରରେ ଅମ୍ଳାନ, ରିୟା, ବବି ଏବଂ ରାଇମୋହନଙ୍କ ବ୍ୟତୀତ ପପି ସନ୍ତୁକା, ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡା, ସାତ୍ତ୍ୱକୀ ମିଶ୍ର ଏବଂ ତୃପ୍ତି ସିହ୍ନା ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଗୁଡଲି ରଥ।

Share