ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ ୪୬ କି.ମି. ଦୂରରେ ଥିବା ବେକ୍କେର୍ସଡାଲ୍ ସହରସ୍ଥିତ ବାର୍ରେ କେତେଜଣ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇଥିଲେ।
ଦକ୍ଷିଣ ଆଫ୍ରିକାରେ ୩ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଗଣଗୁଳିକାଣ୍ଡ। ୧୨ ଜଣ ଅଜଣା ସନ୍ଦିଗ୍ଧ ଏକ ମିନିବସ୍ ଏବଂ ସେଡାନ୍ରେ ଥାଇ ପବ୍ର ଗ୍ରାହକମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନେ ରାସ୍ତାରେ ମଧ୍ୟ କେତେଜଣଙ୍କୁ ଗୁଳିମାଡ଼ କରିଥିଲେ ବୋଲି ପୋଲିସ କହିଛି। ଆହତ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି।


