‘କଫି ୱିଥ୍‌ କରଣ’ର ଶୁଟିଂ ଆରମ୍ଭ

କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ୱିଥ୍‌ କରଣ’ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି।
ପ୍ରଥମେ ଶୋ’କୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ନିକଟରେ ଚର୍ଚ୍ଚା ହେଉଥିଲା କି ଏହି ଶୋ’ ଆଉ ଦର୍ଶକ ଦେଖି ପରିବେ ନାହିଁ। ବର୍ତ୍ତମାନ କରଣ ତାଙ୍କ ଶୋ’ର ନୂଆ ସିଜିନ୍‌ ନେଇ ଫେରୁଛନ୍ତି । ଏଥିରେ ବଲିଉଡ କଳାକାରଙ୍କ ଜୀବନ ବିଷୟରେ ଆଲୋଚିତ ହେଉଥିବା ଅନେକ କିଛି ଦେଖିବାକୁ ମିଳିବ । କରଣ ଏହି ଶୋ’ର ଶୁଟିଂ ଆରମ୍ଭ କରିଛନ୍ତି। ଏ ନେଇ କରଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଶୋ’ର ଅପେକ୍ଷାରେ ପ୍ରଶଂସକ ରହିଛନ୍ତି।
ଏଥି ସହିତ ଶୋ’ର ପ୍ରଥମ ଅତିଥିଙ୍କ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶୋ’ର ପ୍ରଥମ ଅତିଥି ‘ରକି ଅର ରାନୀ କି ପ୍ରେମ କାହାନୀ’ର ରଣବୀର ସିଂ ଏବଂ ଆଲିଆ ଭଟ୍ଟ ନଜର ଆସିବେ । ଉଭୟ ନିଜ ଫିଲ୍ମର ପ୍ରମୋଶନ ପାଇଁ ଶୋ’କୁ ଆସିବେ।

Share