Posted inଜାତୀୟ

ସାଙ୍ଗର ସ୍ତ୍ରୀଙ୍କୁ ରଙ୍ଗ ବୋଲିବା ମହଙ୍ଗା ପଡିଲା

କୋଲକାତା,୧୯।୩: ହୋଲି ପାଇଁ ସବୁଠି ଉତ୍ସବମୁଖର। ହେଲେ କୋଲକାତାର ରେଜିଣ୍ଟ ପାର୍କ ଅଞ୍ଚଳରେ ଏକ ଅଘଟଣ ଘଟିଛି। ବନ୍ଧୁଙ୍କ ସ୍ତ୍ରୀଙ୍କୁ ରଙ୍ଗ ବୋଲିବାକୁ ଉଦ୍ୟମ କରିବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଦିଲୀପ ଚୌହ୍ବାନ।

ସୂଚନା ଯୋଗ୍ୟ, ଶୁକ୍ରବାର କୋଲକାତା ସହରରେ ହୋଲି ଉତ୍ସବ ପାଳନ କରାଯାଉଥିଲା। ଦିଲୀପ ଏବଂ ତାଙ୍କର କିଛି ସାଙ୍ଗ ରିଜିଣ୍ଟ ପାର୍କ ଅଞ୍ଚଳକୁ ରଙ୍ଗ ଖେଳିବାକୁ ଆସିଥିଲେ। ସେତିକିବେଳେ ଜଣେ ବନ୍ଧୁଙ୍କ ସ୍ତ୍ରୀଙ୍କୁ ଦିଲୀପ ରଙ୍ଗ ଲଗାଇବାକୁ ଉଦ୍ୟମ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦିଲୀପ ଓ ସାଙ୍ଗମାନେ ଘଟଣାସ୍ଥଳରୁ ପଲାଇଥିଲେ।

ହେଲେ କିଛି ସମୟ ପରେ ସୁଜିତ ମଲିକ ଏବଂ ତାଙ୍କର କିଛି ସାଙ୍ଗ ଦିଲୀପଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ସେତିକିବେଳେ ସୁଜିତ ଉତ୍‌କ୍ଷିପ୍ତ ହୋଇ ଧରିଥିବା ଏକ ବନ୍ଧୁକ ବାହାର କରି ଦିଲୀପଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଫଳରେ ଦିଲୀପ ଗୁରୁତର ଆହତ ହୋଇଥିଲେ। ଖବର ପାଇ କୋତକାତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିଲୀପଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

Thalapathy Vijayଙ୍କୁ ଝଟ୍‌କା, ଅବୈଧ ସମ୍ପର୍କ ଅଭିଯୋଗରେ ସ୍ତ୍ରୀ ଦେବେ ଛାଡପତ୍ର!

ମୁମ୍ୱାଇ: ତାମିଲ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ଜୀବନରେ ବଡ଼ ବିପତ୍ତି ମାଡ଼ି ଆସିଛି। ପ୍ରଥମେ ତାଙ୍କ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିଲା, ଏବଂ ଏବେ…

ବାରମ୍ୱାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି? ସରକାର ଆଣିଲେ କଡ଼ା ନିୟମ…

ନୂଆଦିଲ୍ଲୀ,୨୭।୨: ଏହି ଖବର ଗାଡି ଚାଳନା ନିୟମକୁ ହାଲୁକା ଭାବରେ ନେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଗମ୍ଭୀର ଚେତାବନୀ। ଏବେ, ଗାଡି ଚାଳନା କେବଳ ଷ୍ଟିଅରିଂ…

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

ସେମିଫାଇନାଲରେ କେଉଁ ଦଳ ସହିତ ମୁକାବିଲା କରିବ ଭାରତ? ସମ୍ପୂର୍ଣ୍ଣ ସମୀକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଦଳ ମାର୍ଚ୍ଚ ୧ ତାରିଖରେ ଜିମ୍ବାୱେ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ତାର ଶେଷ ମ୍ୟାଚ ଖେଳିବ। ଯଦି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri