ମୋବାଇଲ ବଦଳରେ ଆସିଲା ଜୋତା, ବେଲ୍‌ଟ

ପାଟଣା,୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ାର ରଞ୍ଜନ ବେହେରା ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ମୋବାଇଲ ଲଟେରି ଉଠିଥିବା କହି ଦୁର୍ବୃତ୍ତ ତାଙ୍କଠାରୁ ୪ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି। ମୋବାଇଲ ବଦଳରେ ଜୋତା, ବେଲ୍ଟ ଓ ପର୍ସ ଆସିଥିବା ରଞ୍ଜନ କହିଛନ୍ତି। ରଞ୍ଜନ ପେସାରେ ଜଣେ ଡ୍ରାଇଭର ହୋଇଥିବା ବେଳେ କିଛିଦିନ ପୂର୍ବରୁ ତାଙ୍କ ମୋବାଇଲକୁ ଜଣେ ଯୁବତୀ ୯୮୯୧୯୪୦୭୩୭ ନମ୍ବରରୁ ଫୋନ୍‌ କରିଥିଲେ। ତାଙ୍କ ମୋବାଇଲ ନମ୍ବର ୬୩୭୦୦୭୬୭୩୯ରେ ଜିଓର ଅଫର ଅଛି। ଏଥିସହ ଲଟେରୀରେ ଏକ ରେଡ୍‌ମି ନୋଟ-୧୦ ପ୍ରୋ ବାଜିଛି ବୋଲି କହିଥିଲେ। ଏଥିପାଇଁ ରଞ୍ଜନଙ୍କୁ ୪ ହଜାର ୬ ଶହ ଦେବାକୁ ପଡ଼ିବ। ସୋମବାର ପୋଷ୍ଟ ଅଫିସରୁ କ୍ୟାସ ଅନ ଡେଲିଭରି ପାର୍ଶଲ ଆସିବା ପରେ କଣ୍ଟିଆପଡ଼ା ଡାକଘରକୁ ଯାଇ ରଞ୍ଜନ ୪ ହଜାର ୬୦୦ ଟଙ୍କା ଦେଇ ପାର୍ଶଲ ଖୋଲିଥିଲେ। ମାତ୍ର ପାର୍ଶଲରୁ ଜୋତା, ବେଲ୍ଟ ଓ ଏକ ପର୍ସ ମିଳିଥିଲା। ତାହା ସମୁଦାୟ ୧ ହଜାର ମଧ୍ୟ ହେବନାହିଁ। ଏହା ଦେଖିବା ପରେ ରଞ୍ଜନ ଆଶ୍ଚର୍ଯ୍ୟ ହେବା ସହ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ତୁରୁମୁଙ୍ଗା ଥାନାରେ ମଙ୍ଗଳବାର ଅଭିଯୋଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri