ଜୋତା ଶୋ’ରୁମ୍‌ରେ ବୋମାମାଡ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଭୁବନେଶ୍ୱରରେ ଏକ ଜୋତା ଶୋ’ରୁମ୍‌ରେ ବୋମା ମାଡ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସହିଦନଗର ରୁପାଲି ଛକ ନିକଟରେ ଥିବା ଡଲଫିନ ଜୋତା ଶୋ’ରୁମରେ ଏହି ବୋମାମାଡ଼ ଘଟଣା ଘଟିଛି। କେହି ଦୁର୍ବୃତ୍ତ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ ହୋଇଥିବା ସୂଚନା ମିଳିଛି। ସିସିଟିଭିରେ ବୋମାମାଡ଼ ବେଳର ଦୃଶ୍ୟ କଏଦ ହୋଇଛି। ଏହି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।