Categories: ଜାତୀୟ

ୟୁଟ୍ୟୁବର ମନିଷଙ୍କୁ ଝଟ୍‌କା: ଜାମିନ ପାଇଁ ହାଇକୋର୍ଟ ଯାଅ…

ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍‌ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାମିଲନାଡୁ ପୋଲିସ ଦ୍ୱାରା ଲାଗୁ କରାଯାଇଥିବା କଡା ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବିରୋଧରେ ୟୁଟ୍ୟୁବ ମନିଷ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଏହି ଆବେଦନରେ ସେ ଜାତୀୟ ସୁରକ୍ଷା ଆଇନ ହଟାଇବା, ବିହାର ଏବଂ ତାମିଲନାଡୁରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ ମାମଲାକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବା ଓ ଜାମିନ ପ୍ରଦାନ ପାଇଁ ନିବେଦନ କରିଥିଲେ।

ୟୁଟ୍ୟୁବର୍‌ଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ତାମିଲନାଡୁ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ତୁମେ ସେଠାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କଲ । ଏହା ସହ ତାମିଲନାଡୁ ଏବଂ ବିହାରରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକୁ ଏକାଠି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତାମିଲନାଡୁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଏନଏସଏର ଜାମିନ ଏବଂ ଅପସାରଣ ଉପରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଥିସହ ସୁପ୍ରିମକୋର୍ଟ ଜାମିନ ପାଇଁ ହାଇକୋର୍ଟ ଯିବାକୁ କହିଛନ୍ତି।

Share