Categories: ଫୁରସତ

ବିନା ଟାୟାରରେ ଚଲାଇଲେ କାର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରାଇଭିଂ ଶିଖୁଥିଲେ ଟାୟାର ବଦଳାଇବା ମଧ୍ୟ ଶିଖିଯାଆନ୍ତୁ। ନ ହେଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏମିତି କିଛି ମେଲବର୍ଣ୍ଣର ଜଣେ ଯୁବକଙ୍କ ସହ ଘଟିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଜୁଲାଇ ୧୪ରେ ୟାରା ରୋଡ୍‌ରେ ଏକ କାର ଯୋଗୁ ରାସ୍ତା ଜାମ୍‌ ହୋଇଥିବା ଭିକ୍ଟୋରିୟା ପୋଲିସ ଦେଖିବାକୁ ପାଇଥିଲା। ତେବେ କାରଟିକୁ ସେଠାରେ ଛିଡାକରିବାର କାରଣ ଯେତେବେଳେ ପୋଲିସ ଯାଣିବାକୁ ପାଇଲା ଆଶ୍ଚର୍ଯ୍ୟ ହୋଇଗଲା। କାର ଜଣେ ୧୯ ବର୍ଷୀୟ ପିଲା ଚଲାଉଥିଲେ। ତାଙ୍କ ସାଙ୍ଗରେ ଜଣେ ୨୨ ବର୍ଷୀୟ ବ୍ୟକ୍ତି ମଧ୍ୟ ଥିଲେ। ତେବେ କାରର ଗୋଟିଏ ଟାୟାର ପମ୍ପଚର୍‌ ହୋଇଯାଇଥିଲା। ମାତ୍ର ଟାୟାର ବଦଳାଇବା ଉଭୟଙ୍କୁ ଜଣା ନ ଥିଲା। ଏଥିପାଇଁ ଟାୟାରର ରିମ୍‌ ମଧ୍ୟ ବାହାରକୁ ଦେଖାଯାଉଥିଲା। କିଛି ବାଟ ଗଲାପରେ ଗାଡି ସମ୍ପୂର୍ଣ୍ଣ ଅଟକିଗଲା। ଆଉ ଆଗକୁ ଗଲା ନାହିଁ। ଏଥିସହ ଉଭୟ ନିଶାରେ ମଧ୍ୟ ଥିଲେ। ସଙ୍ଗେସଙ୍ଗେ ପୋଲିସ ସେମାନଙ୍କ ଲାଇସେନ୍ସକୁ ୧୨ ମାସ ପର୍ଯ୍ୟନ୍ତ ରଦ୍ଦ କରିଦେଇଥିବା ଜଣାପଡ଼ିଛି।

Share