Categories: ଜାତୀୟ

ସ୍ତ୍ରୀଙ୍କୁ ଚା’ ମାଗିବାରୁ ସ୍ବାମୀଙ୍କ ଅବସ୍ଥା ହେଲା ଏମିତି

ରାଇବରେଲି,୧୭।୮: ଉତ୍ତରପ୍ରଦେଶର ରାଇବରେଲି ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଚା’ ମାଗିବାରୁ ସ୍ବାମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିରେ ରାଗିଯାଇ ସ୍ତ୍ରୀ ସ୍ବାମୀଙ୍କୁ ଛୁରି ଭୁଷି ଦେଇଛନ୍ତି। ସୂଚନାଯୋଗ୍ୟ, ସୁଦାମାପୁର ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ରାଜେନ୍ଦ୍ର କୁମାର ସକାଳେ ଚା’ ମାଗିଥିଲେ। ସେ ସମୟରେ ସ୍ତ୍ରୀ ପରିବା କାଟୁଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ପରିବା କାଟୁଥିବା ଛୁରୀରେ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ଡାକ୍ତରଖାନା ନେଇଥିଲେ। ସେମାନଙ୍କୁ କହିବା ଅନୁଯାୟୀ ଏହା ପୂର୍ବରୁ ମଧ୍ୟ ରାଜେନ୍ଦ୍ରଙ୍କ ଉପରେ ସ୍ତ୍ରୀ ଆକ୍ରମଣ କରିଛନ୍ତି। ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଖବରକୁ ଆଇଏଏସ୍‌ ଅବନୀଶ ଶରଣ ନିଜ ଟୁଇଟରରେ ଶେୟାର କରିଛନ୍ତି। ସେ ଆଜି ପରଠାରୁ ଚା କ’ଣ ଆଉ ପାଣି ବି ମାଗିବି ନାହିଁ ବୋଲି କହିଛନ୍ତି।

Share