Categories: ଜାତୀୟ

ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ୧୫ ବର୍ଷୀୟା ଝିଅକୁ ବଳାତ୍କାର

ନୂଆଦିଲ୍ଲୀ,୨୫।୧: ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ଜଣେ ୧୫ ବର୍ଷୀୟା ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି ୪୨ ବର୍ଷୀୟ ବାପା। ଏଭଳି ଚକିତ କଲା ଭଳି ଘଟଣା ଘଟିଛି ବିଶାଖାପାଟଣାରେ। ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ଅନୁଯାୟୀ, ଅଭିଯୁକ୍ତ ପେଶାରେ ଜଣେ ବ୍ୟବସାୟୀ। ଦୁଇ ବର୍ଷ ତଳେ ତାଙ୍କ ଦୁଇ କିଡ୍‌ନୀ ଖରାପ ହୋଇଯାଇଥିଲା। ତାଙ୍କ ପତ୍ନୀ ତାଙ୍କୁ ଗୋଟିଏ କିଡ୍‌ନୀ ଦେଇଥିଲେ। ଦମ୍ପତି ସେମାନଙ୍କ ଝିଅ ଓ ପୁଅ ସହ ରହୁଥିଲେ। କିନ୍ତୁ ମା’ଙ୍କ ସହ ରହିବା ପାଇଁ ଝିଅକୁ ଘରେ ଛାଡ଼ି ଯାଇଥିଲେ ପତ୍ନୀ।

ପୀଡ଼ିତାଙ୍କ ବାପା କିଛି ମାସ ହେଲା ବଳାତ୍କାର କରୁଥିଲେ। କିନ୍ତୁ ଗତ ଶନିବାର ସ୍କୁଲ ଶେଷ ହେବା ପରେ ମଧ୍ୟ କ୍ଲାସରେ ବସି ରହିଥିଲେ ନାବାଳିକା। ଜଣେ ଶିକ୍ଷକ ପ୍ରଶ୍ନ କରିବାରୁ ତାଙ୍କ ବାପା ଯୌନ ନିର୍ଯାତନା ଦେଉଥିବାରୁ ସେ ଘରକୁ ଯିବାକୁ ଚାହୁଁ ନ ଥିବା କହିଥିଲେ। ତା’ପରେ ଶିକ୍ଷକଙ୍କ ସହାୟତାରେ ମାମଲା ରୁଜୁ କରାଯାଇଥିଲା।

Share